35.1 C
Bhubaneswar
Wednesday, May 8, 2024
Homeଅପରାଧକ୍ରିପ୍ଟୋ କରେନ୍ସି ନାଁରେ ୩.୦୫ ଲକ୍ଷ ଟଙ୍କା ଠକେଇ

କ୍ରିପ୍ଟୋ କରେନ୍ସି ନାଁରେ ୩.୦୫ ଲକ୍ଷ ଟଙ୍କା ଠକେଇ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ସାଇବର ଅପରାଧିକ ଘଟଣା ବୃଦ୍ଧି ପାଉଥିବା ବେଳେ ନିଷ୍କ୍ରିୟ ସାଇବର ପୁଲିସ ପାଇଁ ଜନତା ସର୍ବସ୍ୱାନ୍ତ ହେଉଛନ୍ତି। କିଛି ଦିନ ତଳେ ୨ ଜଣ ମହିଳା ଆଭାଷୀ କ୍ରିପ୍ଟୋ କରେନ୍ସି ନାମରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଥିବା ବେଳେ ପୁନର୍ବାର ଆଉ ଜଣେ ଯୁବକ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ପ୍ରଧାନପଡ଼ା ବୁଢ଼ାରଜା ନିବାସୀ କୁନାଲ ଠାକୁର(୩୦)ଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କ୍ରିପ୍ଟୋ କରେନ୍ସିରେ ଜମା କରିଲେ ବହୁତ ଲାଭ ହେବ ବୋଲି ବିଶ୍ୱାସ ଦେଇଥିଲେ। ଫଳରେ ଗତ ମାସ ୨୧ ତାରିଖରୁ ଚଳିତ ମାସ ୨୩ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଯୁବକ ଜଣକ ୩ ଲକ୍ଷ ୫ ହଜାର ଟଙ୍କା ଉକ୍ତ ସାଇବର ଠକ ନିକଟକୁ ଆଭାଷୀ ମାଧ୍ୟମରେ ଦିଲ୍ଲୀ ସ୍ଥିତ ଏକ ଆକାଉଣ୍ଟକୁ ପଠାଇଥିଲେ। ଇତି ମଧ୍ୟରେ ତାଙ୍କର କୌଣସି ଲାଭ ନ ହେବାରୁ ଟଙ୍କା ଫେରସ୍ତ ଓ ଲାଭ ପାଇଁ ପଚାରିବାରୁ ଉକ୍ତ ବ୍ୟକ୍ତି ସହିତ ତାଙ୍କର ଯୋଗାଯୋଗ କଟି ଯାଇଥିଲା। ଏଣୁ ସାଇବର ଠକେଇର ଶିକାର ହୋଇଥିବା ଜାଣି ପୀଡିତ ଯୁବକ ସାଇବର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking