37.1 C
Bhubaneswar
Sunday, May 5, 2024
Homeଓଡିଶାକନ୍ଦାଉଛି ୨୩ ଟିକିଆ ହାତୀପଲ

କନ୍ଦାଉଛି ୨୩ ଟିକିଆ ହାତୀପଲ

ମୟୁରଭଞ୍ଜ:  କେଉଁଝର ପଟୁ କରଞ୍ଜିଆ ଅଞ୍ଚଳକୁ ପଶି ଆସିଲେ ହାତୀପଲ। ଆସି ଉତ୍ପାତ କରୁଛନ୍ତି 23 ଟିକିଆ ହାତୀପଲ। ଗତକାଲି ରାତିରେ ଦୁଧିଆଣି ବନାଞ୍ଚଳ ବଡ଼ଗାଁରେ ଭାଙ୍ଗିଲେ ଚାରି ଘର । ଆଠ ଦିନରେ 15 ରୁ ଉର୍ଦ୍ଧ ଘର ଭାଙ୍ଗି ସାରିଲେଣି। ଅଞ୍ଚଳବାସୀ ଆତଙ୍କିତ। ହାତୀପଲଙ୍କୁ ଘଉଡାଇବାକୁ ବନ ବିଭାଗ ନାକେଦମ୍। ତେବେ ସ୍ଥାନୀୟ ଅଞ୍ଚଳର ବଳରାମ ମହାନ୍ତ, ହରମାନ ପାତ୍ର,ତ୍ରିଲୋଚନ ପାତ୍ର କାଳୀଚରଣ ପାତ୍ରଙ୍କ ଘରଭାଙ୍ଗି ଥିବା ବେଳେ ପୁଣି ଗତକାଲି ରାତିରେ ବଡ଼ଗାଁ ପଞ୍ଚାୟତର ରାଣିପାଟ ଗାଁରେ ଘର ଭାଙ୍ଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମଧ୍ୟ ନାକୁଡ଼ା ଗ୍ରାମରେ ତିନି ଘର ଭାଙ୍ଗିଛନ୍ତି ଏହି ହାତୀପଲ। ସେହିପରି ସନ୍ଧ୍ୟା ହେଲେ ଗାଁରେ ହାତୀ ଭୟକୁନେଇ ତାଟି କବାଟ ପଡି ଯାଉଥିବା କୁହାଯାଉଛି।

ଅନ୍ୟପଟେ କେବଳ ରାତି ନୁହେଁ ଦିନରେ ମଧ୍ୟ ଭୋକିଲା ହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଧସେଇ ପଶି ଆସୁଛି ବୋଲି ଲୋକେ ଅଭିଯୋଗ କରି କହୁଛନ୍ତି। ମାତ୍ର ଗୋରୁ,ଛେଳି କି ମେଣ୍ଢା ନୁହେଁ ଯେ ଯେମିତି ଇଚ୍ଛା ସେମିତି ଘଉଡାଇବା ସମ୍ଭବ ହେବ ହାତୀକୁ। ଘଉଡାଇବା ପାଇଁ ମାତ୍ରାଧିକ ବଳ ପ୍ରୟୋଗ କଲେ ଧନଜୀବନ ପ୍ରତି ଅଧିକ ସଙ୍କଟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ହାତୀପଲ ର ଗତିବିଧି ଉପରେ ବନବିଭାଗ ନଜର ରଖିବାରେ ବିଫଳ ହେଉଥିବାରୁ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅନେକ ସମୟରେ ସତର୍କ ସୂଚନା ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ବାଇଟ ଘର ଭାଙ୍ଗିଥିବା ଲୋକ ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଘରଭଙ୍ଗା କ୍ଷତିପୂରଣ ବାସ୍ତବତା ଆଧାରରେ ଦିଆଯିବା ଜରୁରୀ।ମାତ୍ର ହାତୀ ଭାଙ୍ଗୁଥିବା ଘର ବାବଦକୁ ପୀଡ଼ିତ ପରିବାରକୁ ଦିଆଯାଉଥିବା କ୍ଷତିପୂରଣରେ ଭଙ୍ଗା ଘର ସଜାଡ଼ିବା ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ଏହା ଉପରେ ସରକାର ବିଚାର କରିବାକୁ ମଧ୍ୟ ସବୁ ମହଲରୁ ମତପ୍ରକାଶ ପାଉଛି। ତେବେ ଘରଭଙ୍ଗାର ଶିକାର ହୋଇଥିବା ପରିବାର ଗୁଡିକୁ ତୁରନ୍ତ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking