30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବୃଦ୍ଧାଶ୍ରମରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୬ ଜଣ

ବୃଦ୍ଧାଶ୍ରମରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୬ ଜଣ

ଇଟାଲୀ : ଇଟାଲୀରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ମିଲାନ ସହରରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୮୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିଶମ ଅଧିକାରୀଙ୍କ କହିବା ମୁତାବକ, ମିଲାନରେ କାସା ଦେଇ କୋନିୟୁଗି ନାମକ ବୃଦ୍ଧାଶ୍ରମ ରହିଛି। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ପ୍ରଥମ ମହଲାର ଦକ୍ଷିଣ ପଟେ ନିଆଁ ଲାଗିଥିଲା। ଧୂଆଁ ଉଠିବା ଦେଖି ଅନ୍ତେବାସୀମାନେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କୁ ବାହାରକୁ ଆଣିଥିଲା।

ହେଲେ ନିଆଁରେ ପୋଡ଼ି ଯାଇଥିବା ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମିଲାନର ମେୟର କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ହେଲେ ନିଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଧୂଅାଁରେ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ସେମାନଙ୍କର ବି ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି ଯେ ଏହି ଘଟଣାରେ ପ୍ରାୟ ୮୦ ଜଣଙ୍କୁ ହସ୍ପିଟାଲ ନିଆଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗମ୍ଭୀର ଥିବାବେଳେ ୧୪ ଜଣ ଆହତ ଏବଂ ୬୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking