25.1 C
Bhubaneswar
Thursday, May 9, 2024
Homeଓଡିଶାଓଡିଶା ର ବିଦୁତ ଠିକା କର୍ମଚାରୀ ମାନଙ୍କ ଦୁର୍ଦଶା ଶୁଣିବ କିଏ

ଓଡିଶା ର ବିଦୁତ ଠିକା କର୍ମଚାରୀ ମାନଙ୍କ ଦୁର୍ଦଶା ଶୁଣିବ କିଏ

ଯାଜପୁର : ଦେଶ ତଥା ଆମ ରାଜ୍ୟରେ କରୋନା ମହାମାରୀ ର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ବହୁ ବିହିତ ପଦକ୍ଷେପ ମାନ ନେଇଛନ୍ତି | ଓଡିଶାର ବିଦୁତ ଠିକା କର୍ମଚାରୀମାନଙ୍କ ପ୍ରତି ଅଣଦେଖା ଓ ବାରମ୍ବାର ଗୁହାରି ସତ୍ୱେ କର୍ଣ୍ଣପାତ ନକରିବା ଦୁଃଖ ଓ ପାରିତାପ ର ବିଷୟ | ରାଜ୍ୟରେ ଚାରି ଗୋଟି ଡିସକମ ଅଧୀନରେ କାର୍ଯ୍ୟରତ 26 ହଜାରରୁ ଉର୍ଦ୍ଧ ଠିକା କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ସରକାର ଓ ବିଦୁତ ବିଭାଗଙ୍କ ଖାମଖିଆଲ ନୀତି ଯୋଗୁ ଅଯଥାରେ ଶ୍ରମିକ ମୃତ୍ୟୁ ବାରଣ କରିବା, କାର୍ଯ୍ୟ କରୁଥିବା ବେଳେ ପୋଲିସ ର ଅତ୍ୟାଚାର ରେ ଶିକାର ହେବା, ଠିକାଦାର ମାନେ ଦରମା ନଦେବା, ଓ ଏଯାବତ ରାଜ୍ୟ ସରକାର ଏହି ସ୍ୱଳ୍ପ ବେତନ ଧରି କର୍ମଚାରୀ ଙ୍କ ନିମନ୍ତେ କୌଣସି ପ୍ୟାକେଜ ଘୋଷଣା ନକରିବା ଦୁଃଖର ବିଷୟ | ଏହି ମହାମାରୀ ରେ ଜରୁରୀ ସେବାରେ ନିୟୋଜିତ ଅନେକ କର୍ମଚାରୀ ଚାକିରୀ ଛାଡିବାକୁ ବସିଲେଣି.| ଏହାର ସ୍ଥାୟୀ ସମାଧାନ ନିମନ୍ତେ ବିଦୁତ ନିୟାମକ ଆୟୋଗର ନିଷ୍ପତି ଅନୁଯାଇ ସମସ୍ତ ଙ୍କୁ ଡ୍ରେସ କୋଡ଼, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ଅନୁଯାଇ ସମାନ କାମ କୁ ସମାନ ଦରମା ଦିଆଯାଉ | ଯୋଗ୍ୟତା ଅନୁଯାଇ କର୍ମଚାରୀମାନଙ୍କୁ କୁଶଳୀ କାର୍ଯ୍ୟରେ ନିଯୁକ୍ତି ଦେବା ଓ
ସର୍ବପରି ଏହି ବିପଦ କାଳୀନ ଜରୁରୀ ସେବାରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କ ନଥିପତ୍ର ଯାଞ୍ଚ କରି ପ୍ରୋଭିଜନଲ ନିଯୁକ୍ତି ଦେବା ପାଇଁ ଓଡିଶା ବିଦୁତ ଠିକା ଶ୍ରମିକ ସଙ୍ଘ ର ସଭାପତି ବିଦ୍ୟାଧର ମହାନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି|

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking