27.1 C
Bhubaneswar
Thursday, April 25, 2024
Homeଓଡିଶାଭଦ୍ରକରେ ଆଉ ୪ କରୋନା ପଜେଟିଭ , ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୯୪

ଭଦ୍ରକରେ ଆଉ ୪ କରୋନା ପଜେଟିଭ , ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୯୪

ଭୁବନେଶ୍ୱର: ଆଉ ୪ କରୋନା ପଜେଟିଭ ରୋଗୀ ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକର ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଏଥିସହ ଆଜି ସକାଳେ ବି ଜଣେ ରୋଗୀ ଚିହ୍ନଟ ତିଲେ । ସେ ମଧ୍ୟ ଭଦ୍ରକର । ଭଦ୍ରକରେ ଆଜି ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬ରେ ପହଂଚିଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଏହି ୫କୁ ମିଶାଇ ୯୪ରେ ପହଂଚିଛି । ୪ ନୂଆ ରୋଗୀଙ୍କ ମଧ୍ୟରେ ସମସ୍ତ ହେଉଛନ୍ତି ପୁରୁଷ । ଜଣଙ୍କର ବୟସ ୪୧, ଆଉ ଜଣଙ୍କର ୪୦, ଜଣଙ୍କର ୨୯ ଓ ଆଉ ଜଣଙ୍କର ୨୪ ବର୍ଷ । ଏଥିରେ ୨ ଦୁଇ ଜଣ ତିହିଡି ବ୍ଲକର ହୋଇଥିବା ବେଳେ ଆଉ ୨ ଜଣ ଧାମରା ବ୍ଲକର । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ବର୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛିି । କାହା ସକାହ ସହ ମିଶିଥିଲେ ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି ।
ନିଜାମୁଦ୍ଦିନ ପରେ ଏବେ ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏଥିପାଇଁ ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ସଟ ଡାଉନ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରୁ କେତେ ଓଡିଶାରୁ ଆସିଛନ୍ତି, ସେଥିନେଇ ଖୋଜା ଚାଲିଛି ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking