33.1 C
Bhubaneswar
Thursday, April 25, 2024
Homeଓଡିଶାସଟଡାଉନରେ ଯାଜପୁର ଶୂନଶାନ

ସଟଡାଉନରେ ଯାଜପୁର ଶୂନଶାନ

ଯାଜପୁର : ଜିଲ୍ଲା ରେ କରୋନା ପଜିଟିଭ ବୃଦ୍ଧି ପାଉଛି !ଏହା ର ମୁକାବିଲା ପାଇଁ ପ୍ରଶାସନ ର ଉଦ୍ୟମ ଜରି ରହିଛି !ସଟ ଡାଉନ କୁ ପାଳନ କରିବା ପାଇଁ ଲୋକ ମାନଂକୁ ନିବେଦନ କରାଯାଉଛି !କଥା ରେ ଅଛି ରାତି ସାରା ଅନିଦ୍ରା ମୁଗୁରା ମୁହଁ ମେଳା ସେହି କଥା ଜିଲ୍ଲା ପ୍ରଶାସନ ପାଇଁ ପ୍ରଯୁଜ୍ୟ | ଯାଜପୁର ଜିଲ୍ଲା ରେ କରୋନା କୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦିନ ରାତି ଏକ କରି  ଲକ ଡାଉନ ଓ ସ ଟ  ଡାଉନ କୁ ସଫଳ କରିବା ପାଇଁ  ଏକ ପ୍ରକାର ଉଦ୍ୟମ ଜାରି ରଖିଛି |ସ୍ବୟଂ ଜିଲ୍ଲା ପାଳ ରଞ୍ଜନ କୁମାର ଦାଶ ଓ ଏସ. ପି  ଚରଣ ସିଂହ ମିନା  ଲାଠି ଧରି ଅମାନିଆ ଙ୍କୁ ସବାଡ଼ କରିବା  ସହ ଆଇନ କୁ ଉଲଙ୍ଘ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଜୋରିମାନା କରିବା ଫଳ ରେ ଲକ ଡାଉନ ସଫଳ ହୋଇ ଥିଲା ! ଲୋକମାନେ ସଚେତନ  ହୋଇ ଆଇନ କୁ ପାଳନ କରୁଥିଲେ !କିନ୍ତୁ ପଶ୍ଚିମ ବଙ୍ଗ ର କୋଲକତା ରେ ରହିଥିବା ଲୋକ ମାନେ ଲୁଚି ଛପି ଆସି ସରକାର ଙ୍କ ନିୟମ କୁ ଉଲଂଘନ କରି ନିଜର ନାମ କୁ ପଞ୍ଜିକରଣ ନ କରି ନିଜ ଘରେ ଲୁଚି ରହି ବିଭିନ୍ନ ଚା ଦୋକାନ ବଜାର ଘାଟ ସାମାଜିକ ତୁରତା କୁ ଭଙ୍ଗକରି  ଲୋକ ସାଙ୍ଗ ରେ ମିଳାମିଶା କରୁ ଥିବା ରୁ କରୋନା ଚିନ୍ତା ରେ ରାଜ୍ୟ ସରକାର ଜିଲ୍ଲା ପୁଲିସ ପ୍ରଶାସନ ଓ ଜିଲ୍ଲା ବାସିଙ୍କ ଚିନ୍ତା ର କାରଣ ସାଝିଛି | କାଲିକାତା ରୁ ଗଳା ବାଟରେ ସାତଶହ ରୁ ଉର୍ଦ୍ଧ ଲୋକ ଗାଁ କୁ ଫେରିଛନ୍ତି ! ସେମାନେ ଜିଲ୍ଲା ପ୍ରଶାସନ କୁ ନ ଜଣାଇ ଲୁଚି ରହିଛନ୍ତି !ଯାଜପୁର, ଦଶରଥପୁର ଓ କୋରାଇ ଅଂଚଳ ର ଲୋକ କୋଲକତା ରୁ ଆସିଛନ୍ତି ବୋଲି ଜଣା ପଡୁଛି !ପଶ୍ଚିମ ବଙ୍ଗ ରୁ ଆସୁଥିବା ପଂଜିକୃତ ଲୋକ ଙ୍କ ରକ୍ତ ନମୁନା ସଂଗ୍ରହ କରି ସେମାନେ ଙ୍କୁ କ୍ଵାରାଣ୍ଟଟାଏନ ରେ ରଖାଯାଇଛି !କ୍ଵାରାଣ୍ଟଟାଏନ ର ନିୟମ ଭାଙ୍ଗି ବାହାରେ ବୁଲୁଥିବା ରକ୍ତ ନମୁନା ରୁ ୧୬ ଜଣ ଯାଜପୁର, କୋରାଇ, ଦଶରଥପୁର ପ୍ରଭୁତି ଅଂଚଳ ର ବୋଲି ଜଣାପଡିଛି ସଂପୃକ ଅଂଚଳ ର ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ର କୋଭିଡ ହସ୍ପିଟାଲ ରେ ରଖାଯାଇଛି !ସେମାନେ ଯାହାର ସଂସ୍ପର୍ଶ  ରେ ଆସିଥିଲେ ସେମାନେ  ଙ୍କୁ  କ୍ଵାରାଣ୍ଟଟାଏନ ରେ ରଖାଯାଇଛି ରାଜ୍ୟ ସରକାର ଯାଜପୁର  ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା କୁ ଷାଠିଏ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି !ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ କାଠୋରତା ସହ ନେଇଅଛି !ଜିଲ୍ଲା ପ୍ରଶାସନ ଓ ସରପଞ୍ଚ ତରଫରୁ କୋଲକତା ଫେରନ୍ତା ମାନଂକୁ ଠାବ କରାଯାଇ ଓ ତାଙ୍କ ସଂସ୍ପର୍ଶ ରେ ଆସୁଥିବା ଲୋକଙ୍କୁ ମଧ୍ୟ ଠାବ କରାଯାଇ କ୍ଵାରାଣ୍ଟଟାଏନରେ ରଖା ଯାଉଛି !ଯାଜପୁର,ଯାଜପୁର ରୋଡ  ଚଣ୍ଡିଖୋଲ, କୋରାଇ, ପାଣିକୋଇଲି, ଷଠିପୁର ସ୍ଥାନ ରେ ପୋଲିସ ର ପଇଁତାରା ମରାଯାଉଛି !ଯାଜପୁର ଜିଲ୍ଲା ର ସୀମାନ୍ତ ଅଂଚଳ ରେ ସିଲ କରି କଡାକଡି ଭାବେ ଯାଞ୍ଚ କରାଯାଉଛି !ଯେଉଁ ମାନେ ନିୟମ କୁ  ନ ମାନି ପଞ୍ଜିକରଣ କରୁନାହାନ୍ତି ଜିଲ୍ଲା ପାଳ ଓ  ଏସ ପି ଚରମ ବାଣୀ ଶୁଣାଉଛନ୍ତି !କଲିକତା ଫେରନ୍ତା ସ୍ଵ ଇଚ୍ଛା ନ ଆସିଲେ ସେମାନଙ୍କ ବିରୁଦ୍ଧ ରେ କଠୋର କାର୍ଯ୍ୟନୁଷ୍ଠାନ କରାଯିବ !ଲୋକ ମାନେ ମଧ୍ୟ ସଚେତନ ହୋଇ ନିଜ ନିଜ ଗାଁ କୁ ସିଲ କରିବା ସଙ୍ଗେ କଲିକତା ଫେରନ୍ତା ଲୋକପ୍ରଶାସନ କୁ ଗୁପ୍ତ  ଭାବେ  ସୂଚନା ଦେଉଛନ୍ତି !ଯାଜପୁର ଯାଜପୁର ରୋଡ ସହର ଜନଶୂନ୍ୟ ହୋଇ ଯାଇଛି କେବଳ ପୋଲିସ ର ପାଇତରା ସହ  ସାଇରନ ଶୁଭୁଛି ଗାଁ ଲୋକଙ୍କ ପାଇଁ ପଂଚାୟତ ତରଫରୁ ପି ଡି ସ  ମଧ୍ୟ୍ୟମ ରେ ରେସନ ଯୋଗାଇ ଦିଆଯାଉଛି !ଲୋକ ମାନେ ଆତଂକିତ ହୋଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି !ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲା ପାଳ ମିହିର ପ୍ରସାଦ ମହାନ୍ତି, କଳିଙ୍ଗ ନଗର ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର, ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ଧଳ ତହସିଲଦାର, ବି ଡି ଓ  ଓ ଥାନା ଅଧିକାରୀ ମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତି !ଯେଉଁ ମାନେ କଲିକତା ଫେରନ୍ତା ଙ୍କୁ କ୍ଵାରାଣ୍ଟଟାଏନରେ ରଖା ଯାଉଛି !ଜିଲ୍ଲା ରେ ଏକ ପ୍ରକାର କୋରଫୁ ଲଗାଇ ଦିଆଯାଉଛି ଲୋକ ମାନେ ଘରେ ରହି ଟି ଭି , ମୋବାଇଲ, ରେଡ଼ିଓ ଖବର ଦେଖୀଵା ସହ ସଟ  ଡାଉନ କୁ ସମର୍ଥନ କରି ଘରେ ରହୁଛନ୍ତି ! -ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking