33.1 C
Bhubaneswar
Saturday, April 27, 2024
Homeଓଡିଶାସବୁ ପରୀକ୍ଷା କେନ୍ଦ୍ରରେ ଫ୍ରେବୁଆରି ୧୦ ସୁଦ୍ଧା ରେ ସିସିଟିଭି ଲଗାଇବାକୁ ନିର୍ଦେଶ

ସବୁ ପରୀକ୍ଷା କେନ୍ଦ୍ରରେ ଫ୍ରେବୁଆରି ୧୦ ସୁଦ୍ଧା ରେ ସିସିଟିଭି ଲଗାଇବାକୁ ନିର୍ଦେଶ

ଭୁବନେଶ୍ୱର : +୨ ବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ର ରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ନିର୍ଦେଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ ,ସେଲଫ ଫାଇନାସିଂ ସ୍କୁଲ କୁ ବାରମ୍ବାର ତାଗିତ କାରାଯାଉଥିଲେ ବି କେତକ ସ୍କୁଲ କର୍ତ୍ତୃପକ୍ଷ ସିସିଟିଭି ଲଗାଉନାହାନ୍ତି ।
ବିନା ସିସିଟିଭି ରେ ପରୀକ୍ଷା କେନ୍ଦ୍ର ହୋଇପାରିବନି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ କରିଥିଲେ ହେଁ କେତେକ ସ୍କୁଲ କର୍ତ୍ତୃପକ୍ଷ ମାନୁ ନାହାନ୍ତି ତେଣୁ ଆଜି ପରିଷଦ ର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଯେଉଁମାନେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇନାହାନ୍ତି ସେମାନେ ଫ୍ରେବୁଆରି ୧୦ ସୁଦ୍ଧା ସିସିଟିଭି ଲଗାଇବେ । ଏଥିରେ ପୱାର ବ୍ୟାକଅପ ବ୍ୟବସ୍ଥା ସହ ସିସିଟିଭି ସଂଯୋଗ କରାଯିବ ,ଯେଉଁଠାରେ ଏହି ସୁବିଧା କରାନଯିବ ସେହି କେନ୍ଦ୍ର ର ଛାତ୍ର ଛାତ୍ରୀ ଙ୍କର ପ୍ରାଟିକାଲ ଉତ୍ତର ଖାତା ଏବଂ ମାର୍କ ଫଏଲ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗ୍ରହଣ କରିବା ନାହିଁ । ଯଦି ସମୟ ପୂର୍ବରୁ ସିସିଟିଭି ନ ଲଗାଯାଏ ତେବେ ସେହି ପରୀକ୍ଷା କେନ୍ଦ୍ର କୁ ବାତିଲ କରାଯିବ ସହ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking