ଯୋଧପୁର : ପୁଣି ଭୂକମ୍ପ ଝଟକା । ଦେଶରେ ଗତ କିଛିଦିନ ହେବ କିଛିଦିନର ବ୍ୟବଧାନ ମଧ୍ୟରେ କେଉଁଠି ନ କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନ ୧୧ଟା ୧୫ମିନିଟ ସମୟରେ ରାଜସ୍ଥାନର ଯୋଧପୁରରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି ।
ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି।
ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରାଜସ୍ଥାନର ଯୋଧପୁର ଠାରୁ ୧୦୬ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ଏଯାଏଁ ମିଳିନାହିଁ ବୋଲି ସୂଚନା ମିଳିଛି।