27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପୃଥିବୀର କିଛି ରହସ୍ୟମୟ ସ୍ଥାନ, ଯେଉଁଠିକୁ ଯିବା ଅର୍ଥ ମୃତ୍ୟୁକୁ ଡାକି ଆଣିବା

ପୃଥିବୀର କିଛି ରହସ୍ୟମୟ ସ୍ଥାନ, ଯେଉଁଠିକୁ ଯିବା ଅର୍ଥ ମୃତ୍ୟୁକୁ ଡାକି ଆଣିବା

ଭୁବନେଶ୍ୱର: ପୃଥିବୀପୃଷ୍ଠରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହାର ରାଜ୍ ଉପରୁ ପରଦା ଉଠିପାରିନି । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ସେହି ସବୁ ରହସ୍ୟମୟ ସ୍ଥାନ ବିଷୟରେ କହିବୁ ଯିଏ ନିଜ ଭିତରେ ଅନେକ ରହସ୍ୟ ବାନ୍ଧି ରଖିଛି । ଆଣ ସୁନ୍ଦର ପୃଥିବୀରେ ଅନେକ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଲୋକେ ଆନନ୍ଦ ନେବା ପାଇଁ ଯାଆନ୍ତି । ଅନ୍ୟପଟେ ଏମିତି ରହସ୍ୟମୟ ସ୍ଥାନ ରହିଛି, ଯେଉଁଠିକୁ ଲୋକେ ଭୁଲରେ ବି ଯିବାକୁ ସାହସ କରନ୍ତି ନାହିଁ । ସେହି ସ୍ଥାନ ଏତେ ଭୟଙ୍କର ଯେ, ପ୍ରତି ସେକେଣ୍ଡରେ ବି ଗୋଟିଏ ମଣିଷର ଜୀବନ ଯାଇପାରେ । ଚାଲନ୍ତୁ ଜାଣିବା ସେହି ରହସ୍ୟମୟ ସ୍ଥାନ ବିଷୟରେ..
ଡାନାକିଲ ଡିପ୍ରେସନ
ଏହି ସ୍ଥାନକୁ ପୃଥିବୀର ନର୍କ ଦ୍ୱାରା କୁହାଯାଏ । ଏହି ସ୍ଥାନ ଅନେକ ରହସ୍ୟକୁ ନିଜ ଭିତରେ ଲୁଚାଇ ରଖିଛି । ଡାନାକିଲ ଡିପ୍ରେସନ ପୃଥିବୀର ସବୁଠୁ ଗରମ ସ୍ଥାନଗୁଡିକ ଭିତରୁ ଗୋଟିଏ । ଉତ୍ତରୀଇଥିପୋପିଆ ନାମକ ଦେଶରେ ଏହା ଅବସ୍ଥିତ । ସେହି ସ୍ଥାନରେ ଜ୍ୱାଳାମୁଖୀର ଅନେକ ସଘନ କ୍ରିୟା ହୋଇଥାଏ । ଏହି ଜାଗା ଏତେ ଗରମ ଯେ, ଏହା ପାଖଖୁ ଯିବା ବିପଦପୂର୍ଣ୍ଣ ହୋଇଥାଏ ।
କଣ୍ଢେଇ ଆଇଲାଣ୍ଡ
ଏହି ରହସ୍ୟମୟ ସ୍ଥାନ ମ୍ୟାକ୍ସିକୋର ଦକ୍ଷିଣ, ଜୋଚିମିକୋ କେନାଲ ମଧ୍ୟରେ ଲା ଇସଲା ଡେ ଲା ମ୍ୟୁନେକସରେ ଅବସ୍ଥିତ । ସେଠାରେ ଆପଣଙ୍କୁ ଅନେକ ଭୟଙ୍କର କଣ୍ଢେଇ ଗଛରେ ଝୁଲୁଥିବା ଦେଖିବାକୁ ମିଳିବ ।  କଣ୍ଢେଇ ପରସ୍ପର ସହ କାନ ପାଖରେ କଥା ହେବା, ଆଖି ଠାରିବା, ଜଣେ ଅନ୍ୟ ଜଣଙ୍କ ସହ ଇସାରାରେ କଥା ହେଉଥିବା ସ୍ଥାନୀୟ ଲୋକେ କୁହନ୍ତି । ସେହି ସ୍ଥାନ ବାସ୍ତବରେ ଅତି ଭୟାନକ । ସେହି ସ୍ଥାନ ପରିଦର୍ଶନ କରିବା ପାଇଁ ଲୋକଙ୍କୁ ଟୁର ଗାଇଡ ନେବା ପାଇଁ ପରାମର୍ଶ ଦିଆଯାଏ । ଏକା ଏକା ସେଠାରେ ବୁଲିବାକୁ ଦିଆଯାଏ ନାହିଁ ।
ଗୀଜା ପିରାମିଡ
ଅଜିପ୍ଟରେ ଥିବା ଗୀଜା ପିରାମିଡ ଆଜି ବି ଏକ ରହସ୍ୟର ବିଷୟ ହୋଇ ରହିଛି । ଏହାର ଅଦ୍ଭୁତ କଳାକୃତି ଓ ଏତେ ବଡ ବିଶାଳ ଢାଂଚା ପାଇଁ ବୈଜ୍ଞାନିକ ଆଜି ବି ଏହି ତଥ୍ୟ ଜାଣିପାରିନାହାନ୍ତି ଯେ, ଆଜିଠୁ ପ୍ରାୟ ହଜାରେ ବର୍ଷ ପୂର୍ବରୁ ଏହାକୁ ଲୋକେ କିପରି ବନାଇଥିଲେ । ଗୀଜା ପିରାମିଡ ଭିତରେ ଏମିତି ଅନେର ରାଜ୍ ଲୁଚି ରହିଛି, ଯାହା ବିଷୟରେ ବୈଜ୍ଞାନିକଙ୍କୁ କିଛି ବି ଜଣାନାହିଁ ।
ମ୍ୟାଗ୍ନେଟିକ ହିଲ୍ , ଲଦାଖ
ଲଦାଖରେ ଥିବା ମ୍ୟାଗ୍ନେଟିକ ହିଲ ହେଉଛି ଏକ ରହସ୍ୟମୟ ସ୍ଥାନ । ସେଠାରେ ଗ୍ରାଭିଟିର ସବୁ ନିୟମ ବିପରୀତ ଦିଗରେ କାମ କରିଥାଏ । ଯଦି ଆପଣ ସେଠାରେ ଗାଡି ଚିଡା କରିବେ, ତେବେ ସେ ଆପେ ଆପେ ଉଚ୍ଚ ଆଡକୁ ଚଢିବା ଆରମ୍ଭ କରିଦେବ । ଏହା ବିଷୟରେ ବୈଜ୍ଞାନିକମାନେ କୁହନ୍ତି ଯେ, ପାହାଡର ଷ୍ଟ୍ରଙ୍ଗ ମ୍ୟାଗ୍ନେଟିକ ଫିଲ୍ଡ ପାଇଁ ଏମିତି ହୋଇଥାଏ । ଆଉ କିଛି ବୈଜ୍ଞାନିକ କୁହନ୍ତି, ଅପ୍ଟିକାଲ ଇଲ୍ୟୁସନ ପାଇଁ ଏମିତି ହୁଏ । ବାସ୍ତବରେ ରାସ୍ତା ତଳକୁ ରହିଛି । ହେଲେ ଭ୍ରମରେ ତାହା ଉପରକୁ ଯିବା ପରି ଦେଖାଯାଏ । ତେବେ ଏହି ରାଜ୍ ଉପରୁ ସଂପୂର୍ଣ୍ଣ ଭାବେ ପରଦା ଉଠିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking