32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସ୍ୱାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ପ୍ରାଇଭେଟ୍ ପାର୍ଟରେ ଲଗାଇଥିଲା ବିଷ, ଆଉ ତା’ପରେ ଯାହା ଜାଣିଲେ...

ସ୍ୱାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ପ୍ରାଇଭେଟ୍ ପାର୍ଟରେ ଲଗାଇଥିଲା ବିଷ, ଆଉ ତା’ପରେ ଯାହା ଜାଣିଲେ ଚକିତ ହୋଇଯିବେ

ନୂଆଦିଲ୍ଲୀ : ଜଣେ ମହିଳା ସେକ୍ସ ସମୟରେ ନିଜ ସ୍ୱାମୀଙ୍କୁ ଏମିତି ଯନ୍ତ୍ରଣାଦାୟକ ମୃତ୍ୟୁ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯାହାର ଖୁଲାସା ପରେ ଖୋଦ୍ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ଯଦିଓ ସ୍ୱାମୀ ଜଣକ ସ୍ତ୍ରୀଙ୍କ ସହିତ ବେଡ୍‌କୁ ଯିବା ବେଳେ ସନ୍ଦେହ ଯୋଗୁରୁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ସ୍ତ୍ରୀ ଓରାଲ ସେକ୍ସ ଜରିଆରେ ସ୍ୱାମୀକୁ ମୃତ୍ୟୁମୁଖକୁ ଠେଲି ଦେବାକୁ ଚାହୁଁଥିଲା । ବ୍ରାଜିଲରୁ ଆସିଥିବା ଏହି ମାମଲା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋବର ଲାଗିଛି ।
ସୂଚନା ଅନୁଯାୟୀ, ବ୍ରାଜିଲର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ପାଇଁ ସେକ୍ସକୁ ହିଁ ମାଧ୍ୟମ କରିଥିଲେ । ଏଥିପାଇଁ ସେ ସେକ୍ସ ପୂର୍ବରୁ ନିଜ ପ୍ରାଇଭେଟ ପାର୍ଟରେ ବହୁତ ଘାତକ ବିଷ ଲଗାଇ ଦେଇଥିଲେ । ଓରାଲ ସେକ୍ସ ସମୟରେ ସ୍ୱାମୀଙ୍କୁ ଏହି ବିଷ ଜରିଆରେ ସହଜରେ ମୃତ୍ୟୁମୁଖକୁ ଠେଲି ଦେବାର ମହିଳାଙ୍କର ଯୋଜନା ରହିଥିଲା । କିନ୍ତୁ କୌଣସି ମତେ ସ୍ୱାମୀଙ୍କ ସନ୍ଦେହ ହେବାରୁ ସେ ଜାଲରେ ଫସିବା ପୂର୍ବରୁ ବଞ୍ଚି ଯାଇଥିଲେ । ବ୍ୟକ୍ତି ଜଣକ ପୋଲିସକୁ କହିଛନ୍ତି କି, ଓରାଲ ସେକ୍ସ ପୂର୍ବରୁ ହିଁ ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରୁ ତାଙ୍କୁ ଅଜବ ଦୁର୍ଗନ୍ଧ ହୋଇଥିଲା, ଯେଉଁ କାରଣରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ତ୍ରୀ ଲଗାତାର ଭାବେ ତାଙ୍କୁ ଓରାଲ ସେକ୍ସ ପାଇଁ ଉତ୍ତେଜିତ କରୁଥିବାରୁ ତାଙ୍କର ସନ୍ଦେହ ଆହୁରି ବି ବଢ଼ି ଯାଇଥିଲା । ଏହାପରେ ସେ ସ୍ତ୍ରୀଙ୍କଠୁ ଦୂରେଇ ଯାଇ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ମହିଳା ଅତି ମାତ୍ରାରେ ଘାତକ ବିଷ ନିଜ ପ୍ରାଇଭେଟ୍ ପାର୍ଟରେ ଲଗାଇ ରଖିଥିଲେ । ଡାକ୍ତରଙ୍କ କହିବା ମୁତାବକ, ସେହି ବିଷ ମହିଳାଙ୍କ ଶରୀରର ଅଧା ଭାଗକୁ ବ୍ୟାପି ଯାଇଥିଲା । ଆଉ ଅଳ୍ପ ସମୟ ରହିଥିଲେ ମହିଳାଙ୍କର ବି ଜୀବନ ଚାଲି ଯାଇଥାଆନ୍ତା । ଯେଉଁ ସ୍ୱାମୀଙ୍କୁ ସେ ମାରିବାକୁ ଚାହୁଁଥିଲେ ତାଙ୍କ ଯୋଗୁ ହିଁ ତାଙ୍କର ଜୀବନ ବଞ୍ଚିପାରିଛି । ସେପଟେ ପୋଲିସର ପଚରାଉଚରା ବେଳେ ମହିଳା କହିଛନ୍ତି କି, ସେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ । କିନ୍ତୁ ସ୍ୱାମୀ ଏଥିପାଇଁ ପ୍ରସ୍ତୁତ ନ ଥିଲେ । ଛାଡ଼ପତ୍ର ନେବାକୁ ରାଜି ହେଉ ନ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking