28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ସ କନେକ୍‌ସନ ଉପରୁ ଉଠିବ ପରଦା

ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ସ କନେକ୍‌ସନ ଉପରୁ ଉଠିବ ପରଦା

ମୁୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପୁଣି ଏକ ନୁୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ବାନ୍ଧବୀ ରେହା ଚକ୍ରବର୍ତ୍ତୀ ଡ୍ରଗସ୍ କାରବାର ସହ ଜଡ଼ିତ ଥିଲେ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଷଷ୍ଠ ଦିନରେ ପହଞ୍ଚିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ମାମଲାର ବ୍ୟାପକ ଯାଞ୍ଚ କରିବ। ଏହି ମାମଲାରେ ସନ୍ଦୀପ ସିଂଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ସନ୍ଦୀପ ସିଂ ନିଜକୁ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ କହିଥିଲେ କିନ୍ତୁ ତାଙ୍କର କଲ୍ ବିବରଣୀ ଅଲଗା କିଛି କହୁଥିବା ଜଣାପଡ଼ିଛି। ସେପଟେ ସିବିଆଇର ପଚରାଉଚରା ଜାରି ରହିଛି। ସିବିଆଇ ରିୟା ଏବଂ ତାଙ୍କ ପରିବାର ବ୍ୟତୀତ ସନ୍ଦୀପ ସିଂଙ୍କୁ କୌଣସି ସମୟରେ ସମନ ପଠାଇ ପାରେ।ସୂଚନାଯୋଗ୍ୟ, ଇଡି ଏନସିବିକୁ ଏକ ଚିଠି ଲେଖିଛି। ସୁଶାନ୍ତଙ୍କ ସହ ଜଡିତ କିଛି ଲୋକ ଡ୍ରଗ୍ସ ବ୍ୟବହାର କରୁଥିଲେ। ଏହି ଲୋକଙ୍କ ମଧ୍ୟରୁ କେତେଜଣଙ୍କର ଡ୍ରଗ୍ସ ଡିଲରଙ୍କ ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ ଭାବେ ଏନ୍ସିବି ଏହି ମାମଲାର ଯାଞ୍ଚ କରିବାକୁ ଯାଉଥିବା କୁହାଯାଉଛି।
ତେବେ ରେହା ବେଳେବେଳେ ଏମଡିଏମଏ , ମାରିଜୁଆନା ଆଦି ଡ୍ରଗସ ବ୍ୟବହାର କରୁଥିଲେବୋଲି ରେହାଙ୍କ ହ୍ୱାଟସ ଆପ୍ ଚାଟରୁ ଜଣାପଡ଼ିଛି । ଏଥିସହ ଅନ୍ୟ ଏକ ଚାଟ୍ ରେ ସେ ନିଜର ଏକ ବନ୍ଧୁ ଜୟା ଶାହାଙ୍କୁ ଡ୍ରଗସ୍ ବ୍ୟବହାର ଉପରେ ପ୍ରଶ୍ନ ପଚାରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking