26.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁର, ଭଦ୍ରକରେ ବନ୍ୟା ଆଶଙ୍କା

ଯାଜପୁର, ଭଦ୍ରକରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଯାଜପୁର ଓ ଭଦ୍ରକର ତଳିଆ ଅଂଚଳରେ ବନ୍ୟା ହେବାର ଆଶଙ୍କା ରହିଛି । କାଲି ସକାଳ ସୁଦ୍ଧା ବୈତରଣୀ ନଦୀ ବନ୍ୟା ସୃଷ୍ଟି କରିପାରେ । ଏଭଳି ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । କେନ୍ଦୁଝରରେ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ନଦୀ ପ୍ରବାହିତ ହେଉଛି । ଆଖୁଆପଦାରେ ବି ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ତେଣୁ କାଲି ସକାଳ ସୁଦ୍ଧା ଯାଜପୁର ଓ ଭଦ୍ରକରେ ବନ୍ୟା ଆସିପାରେ । ଭଦ୍ରକକୁ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ୍ ଟିମ ପଠାଯାଇଛି । ଯାଜପୁରକୁ ଖୁବ ଶୀଘ୍ର ଏନଡିଆରଏଫ ଓ ଓଡ୍ରାଫ ଟିମ ପଠାଯିବ । ସେହିଭଳି ଲଗାଣ ବର୍ଷାକୁ ନେଇ ଏସଆରସି କହିଛନ୍ତି ଯେ, ଜିଲ୍ଲା ହିସାବରେ କେନ୍ଦ୍ରାପଡାରେ ସର୍ବାଧିକ ୧୬୮ ମିମି ବର୍ଷା ହୋଇଛି । ବ୍ଲକ ହିସାବରେ ମାର୍ଶାଘାଇରେ ସର୍ବାଧିକ ୨୩୪ ମିମି ବର୍ଷା ରେକର୍ଡ କରାଯାଇଛି । ୪ଟି ବ୍ଲକରେ ୨୦୦ ମିିମି, ୯୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ସେହିପରି ୧୯୨ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧରେ ଅଧିକ ବର୍ଷା ହୋଇଛି । ସେହିପରି ଭଦ୍ରକ, କେନ୍ଦୁଝର ଓ ମୟୁରଭଂଜରେ ବି ଅଧିକ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଜିଲ୍ଲାରେ ସବୁଠୁ କମ୍ ୭.୧ ମିମି ବର୍ଷା ରେକର୍ଡ ହୋଇଛି । ମୟୁରଭଂଜ ଶୁକୁଲି ବ୍ଲକରେ ଘର କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking