28.1 C
Bhubaneswar
Saturday, April 27, 2024
Homeଓଡିଶାମହାନଦୀକୂଳ ବାସୀଙ୍କୁ ପାନୀୟ ଜଳ ସଙ୍କଟ

ମହାନଦୀକୂଳ ବାସୀଙ୍କୁ ପାନୀୟ ଜଳ ସଙ୍କଟ

ସମ୍ବଲପୁର: ପାନୀୟ ଜଳ ସଂକଟ ମଧ୍ୟଦେଇ ଗତି କରୁଛନ୍ତି ସମ୍ବଲପୁର ମହାନଗର ନିଗମ ୧୫ ନମ୍ବର ୱାର୍ଡ ଅନ୍ତର୍ଗତ କାନୀଜୁରୀ ବାସିନ୍ଦା । ବର୍ଷା ୠତୁରେ ମଧ୍ୟ ପାନୀୟଜଳ ସଙ୍କଟରେ ରହିଛନ୍ତି ଅଞ୍ଚଳ ବାସୀ । ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରେ ପାନୀୟ ଜଳ ସଂକଟର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଏହି ଉତ୍କଟ ସଂକଟର ସମାଧାନ ହୋଇ ପାରି ନାହିଁ ।

ସମ୍ବଲପୁର ମହାନଗରର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ କାନୀଜୁରୀ ଅଞ୍ଚଳରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଛି । ସମ୍ବଲପୁର ସହର ଭିତରେ ଏବଂ ମହାନଦୀ କୂଳରେ ବସବାସ କରୁଥିଲେ ସୁଦ୍ଧା ନା ତାଙ୍କୁ ମିଳି ପାରୁଛି ଶୁଦ୍ଧ ପାନୀୟ ଜଳ ନା ହୋଇପାରୁଛି ଦୀର୍ଘ ବର୍ଷ ପାନୀୟ ଜଳ ସଂକଟର ସମାଧାନ । ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ସୁଦ୍ଧା କୌଣସି ଅଧିକାରୀ ତାଙ୍କ ସମସ୍ୟାର ସମାଧାନ କରିପାରୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଜିଲ୍ଲାପାଳ କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ, ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଶୁଣୁ ନ ଥିବାର ଅଭିଯୋଗ କରିଛିନ୍ତି କାନୀଜୁରୀ ବାସୀ । କିଛିଦିନ ତଳେ ଅଞ୍ଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ତୁରନ୍ତ ତାଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନଚେତ ଆଗାମୀ ସମୟରେ ରାସ୍ତା ରୋକ ସହ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାନିଯୁରୀ ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ସମ୍ବଲପୁର ସହର ମଧ୍ୟରେ ରହିଆସୁଥିବା ସତ୍ତ୍ୱେ ମଇଳା ପୋକଜୋକ ଆଦିରେ ସାଲୁବାଲୁ ପାଣି ପିଉଥିବାରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ କରାଯାଇଛି । ଯଦି ସହର ମଧ୍ୟରେ ରହି ଟିକିଏ ସ୍ୱଚ୍ଛ ପାନୀୟ ଜଳ ପିଇବାକୁ ମିଳୁନାହିଁ ତାହାହେଲେ ଗ୍ରାମାଞ୍ଚଳର କଥା କିଏ ପଚାରେ । ଏହି ଅଞ୍ଚଳର ବାସିନ୍ଦା ନିଜ ଖର୍ଚ୍ଚରୁ ଭଡାରେ ପାଣି, ଟେଙ୍କର ଆଣି କିଛିକାଂଶରେ ପାନୀୟ ଜଳ ସମସ୍ୟାର ସମାଧାନ କରୁଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking