38.1 C
Bhubaneswar
Tuesday, April 23, 2024
Homeକରୋନା ଓଡିଶାତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ: ସ୍ୱାସ୍ଥ୍ୟମନ୍ତ୍ରୀ

ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ତୃତୀୟ ଲହର ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଶେଷ କରି ସାରିଛନ୍ତି । ତୃତୀୟ ଲହରକୁ ଦୃଷ୍ଟି ରଖି ୧୭.୦୬.୨୦୨୧ରେ ଏକ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜଗୁଡିକୁ ନିର୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଡିଏମଇଟିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଶିଶୁଙ୍କ ପାଇଁ ୧୬୧୦ ଜେନେରାଲ ବେଡ଼, ୬୧୦ ଆଇସିୟୁ ଏବଂ ଶିଶୁ ଭବନରେ ସ୍ୱତନ୍ତ୍ର କୋଭିଡ ବ୍ଲଗ ଖୋଲାଯାଇଛି । ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଂକ୍ରମଣ ବଢିଲେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ସିଏଚ୍‌ସିରେ ଅତି କମରେ ୨ ରୁ ୪ ଟି ଶିଶୁମାନଙ୍କ ପାଇଁ ବେଡ ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ ୭ଟି ମେଡିକାଲ କଲେଜରେ ୬୪ ଟି ଏନଆଇସିୟୁ ଏବଂ ୧୫୫ ଆଇସୋଲେସନ ବେଡ ପ୍ରସ୍ତୁତ କରାଯାଇଛି । ସବୁ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଧ୍ରରେ ଷ୍ଟାଫ ନର୍ସ ଏବଂ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହିତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କୁ ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, କେନ୍ଦ୍ର ସରକାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟକୁ ୮୬୧ କୋଟି ଟଙ୍କା ଦେଇଛନ୍ତି । ଅକ୍ସିଜେନ, ଶିଶୁମାନଙ୍କ ବିଭାଗ, ଆଇସିୟୁ, ପିଏଚସି ଏବଂ ଆରଟି – ପିସିଆରରେ ଖର୍ଚ୍ଚ କରିବାକୁ କହିଛନ୍ତି । ଏହି ଟଙ୍କାକୁ କେନ୍ଦ୍ର ସରକାର ଆମକୁ ୪୦/୬୦ ରେସିଓରେ ଯୋଗାଇ ଦେଇଛନ୍ତି । ଶିଶୁମାନଙ୍କ ପାଇଁ ଆଇସିୟୁ ବେଡ୍ ବ୍ୟବସ୍ଥା ଅଧିକ କରାଯିବ । ମେଡ଼ିସିନ ଠୁ ନେଇ ପ୍ରତ୍ୟେକ ବ୍ୟବସ୍ଥା ମହଜୁଦ ରଖିବା ନିମନ୍ତେ ସବୁ ସିଡିଓଙ୍କୁ ନିର୍ଦେଶ ଦିଆଯାଇଛି । ତୃତୀୟ ଲହରକୁ ସମ୍ପୂର୍ଣ ଭାବେ ନିୟନ୍ତ୍ରଣ କରିବାକୁ ଆମେ ଆଶା ରଖିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking