29.1 C
Bhubaneswar
Saturday, April 27, 2024
Homeଓଡିଶାକାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ, ପଥର କୋରଡ଼ରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ 

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ, ପଥର କୋରଡ଼ରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ 

ନୂଆପଡ଼ା : ନୂଆପଡା ଜିଲ୍ଲାଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତ ଚିଚେର ଗ୍ରାମରେ ଏବେ ପିଇବା ପାଣି ସମସ୍ୟା ଦେଖାଦେଇଛି । ପାନୀୟଜଳ ଯୋଗାଣ ପାଇଁ ଅଧକୋଟି ଟଙ୍କାର ପ୍ରକଳ୍ପ ରହିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁ ନାହିଁ । ଫଳରେ ଗ୍ରାମବାସୀ ପଥର କୋରଡ଼ରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ।

ପ୍ରକାଶ ଯେ, ଗ୍ରାମର ସବୁ ନଳକୂଅରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି । ଫଳରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ସେହି ନଳକୂଅଗୁଡ଼ିକର ପାଣି ପିଇବାଯୋଗ୍ୟ ନୁହେଁ ବୋଲି ଲାଲ ଛକି ଚିହ୍ନ ଦିଆଯାଇଛି । ଫ୍ଲୋରାଇଡ ପାଣି ପିଇ ଏହି ଗ୍ରାମର ଲୋକମାନେ ବିଗତ କୋଡ଼ିଏ ବର୍ଷ ତଳେ ନାନାଦି ରୋଗର ଶିକାର ହୋଇଥିଲେ । ଚିଚେର ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ୨୦୦୦ ମସିହାରେ ଚିଚେର ଓ ତୋରଲି ଦୁଇଟି ଗ୍ରାମକୁ ଜଳ ଯୋଗାଣ ଯୋଜନାରେ ସାମିଲ କରି ୨୫ ଲକ୍ଷ ଟଙ୍କାର ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ହେଲେ ଖଡ଼ିଆଳ ଜଳ ଓ ପରିମଳ ବିଭାଗର ଭୁଲ୍ ଯୋଜନା ଯୋଗୁଁ ଚିଚେର ଗ୍ରାମବାସୀ ପାଣି ପାଇପାରିଲେ ନାହିଁ । ଚିଚେର ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା ଥାଇ ମଧ୍ୟ ପାଣି ପାଇ ନପାରିବାରୁ ୨୦୧୪ ମସିହାରେ ତୋରଲି ଠାରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକଲକ୍ଷ ଲିଟର କ୍ଷମତାବିଶିଷ୍ଟ ଓଭର ହେଡ ଟାଙ୍କି ତିଆରି କରି ନୂତନ ଭାବରେ ପାଣି ଯୋଗାଣର ବ୍ୟବସ୍ଥା ହେଲା । ସେହି ଯୋଜନା ମଧ୍ୟ ଫେଲ ମାରିଲା । ଅଧ କୋଟି ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ ଥାଇ ମଧ୍ୟ ନଥିଲା ପରି । ଅନ୍ୟ ବିକଳ୍ପ ନଥିବାରୁ ବର୍ଷ ବର୍ଷ ଧରି ସାତପର୍ଲିଆ ପାହାଡ଼ ପାଦ ଦେଶରେ ବହୁଥିବା ଝରଣା ପାଣି ବର୍ଷା ମାସରେ ପିଉଥିବା ବେଳେ ଗ୍ରୀଷ୍ମଋତୁରେ ଝରଣା ପାଣି ଶୁଖିଯାଏ । ଗ୍ରୀଷ୍ମ ଋତୁରେ ସେହି ଝରଣା ବହୁଥିବା ନାଳରେ ଥିବା ଦୁଇରୁ ଚାରି ଫୁଟ ପଥର କୋରଡ଼ରୁ ବହୁ କଷ୍ଟରେ ପାଣି ସଂଗ୍ରହ କରି ପିଉଥିବା ନଜରକୁ ଆସିଛି । ଏନେଇ ଦାୟିତ୍ୱ ରେଥିବା ଖଡ଼ିଆଳ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରୋବେର୍ଟ ପ୍ରଧାନଙ୍କୁ ପଚାରିବାରୁ ଚିଚେର ଓ ତୋରଲି ଗ୍ରାମ ପାଇଁ ଅଲଗା ଅଲଗା ଜଳ ଯୋଗାଣ ପାଇଁ ଟେଣ୍ଡର ହୋଇ ସାରିଛି, ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଥିଲେ । ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଭୋଦେବ ହେର୍ଣ୍ଣା, ଦୁରୁ ବାଗ, ପବିତ୍ର ବାଗ, ହୃଷୀକେଶ ହେର୍ଣ୍ଣା, ଲିଙ୍ଗରାଜ ହେର୍ଣ୍ଣା ପ୍ରମୁଖ ଦାବି କରିଛନ୍ତି ସେଭଳି ଜିଲାର ଅନେକ ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି ହେଲେ ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏନେଇ ଖଡ଼ିଆଳ ବ୍ଲକ ର ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ମୁଁ ସେହି ଗ୍ରାମର ପାଣି ସମସ୍ୟା ଉପରେ ବୁଝିଛି ଯାହା ଟିୟୁବୱେଲ ଚାଲିଛି କୌଣସି ସମସ୍ୟା ନାହିଁ ଯଦି ବି ପାଣିର ସମସ୍ୟା ଥାଏ ତାହେଲେ ନିଶ୍ଚିତ ସମାଧାନ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking