40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା, ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଚିନ୍ତା, ଘରଘର ବୁଲି ରୋଗୀ ଖୋଜିବ ସ୍ୱାସ୍ଥ୍ୟ ବିଭାଗ

କରୋନା, ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଚିନ୍ତା, ଘରଘର ବୁଲି ରୋଗୀ ଖୋଜିବ ସ୍ୱାସ୍ଥ୍ୟ ବିଭାଗ

ରାୟଗଡ଼ା : ମହାମାରୀ କରୋନା ସାଙ୍ଗକୁ ମୌସୁମୀ ବାହକ ରୋଗର ମୁକାବିଲା ଲାଗି ରାୟଗଡ଼ା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । କରୋନା ସଂକ୍ରମଣ ରୋକିବା ସହିତ ଅନ୍ୟ ଭୂତାଣୁ ବହାକ ରୋଗ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ସମେତ ଉଚ୍ଚ ରକ୍ତଚାପ ଓ ମଧୁମେହ ଆଦି ରୋଗ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଜିଲ୍ଲାରେ ଆଗାମୀ ତିନିମାସ ଯ।।ଏଁ ଚାଲିବ ଅଭିଯାନ । ଏଥିପାଇଁ ପ୍ରତ୍ୟେକ ଗାଁରେ ନିୟୋଜିତ ରହିବେ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀ । ଦୈନିକ ୨୦ଘର ବୁଲି ରୋଗୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଅବଶ୍ୟକସ୍ଥଳେ ରାପିଡ ରେସପନ୍ସ ଟିମ (ଆରଆରଟିମ)କୁ ସୂଚନା ଦେବେ ।

ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ବିଲକ୍ଷଣ ଦେଖାଦେଲେ ତାଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯିବ । ସମ୍ପ୍ରତି ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରୋଗୀଙ୍କ ସଂକ୍ରାନ୍ତରେ ସୂଚନା ଦେବା ସହିତ ଜିଲ୍ଲାସ୍ତରରେ ଉକ୍ତ ରୋଗୀଙ୍କ ସମସ୍ତ ତଥ୍ୟା ରଖିବାକୁ ଜିଲ୍ଲାପାଳ ସରୋଜକୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଆଗାମୀ କିଛି ଦିନ ମଧ୍ୟରେ ମୌସୁମୀ ବର୍ଷା ଆସୁଥିବାରୁ ଋତୁକାଳୀନ ଭୂତାଣୁ ବହାକ ରୋଗ ସକ୍ରିୟ ହେବା ଆଶଙ୍କା ରହିଛି । ଏଥିପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନିୟମ ଲାଗୁ ହୋଇଥିବାବେଳେ ମହାମାରୀ ସଂକ୍ରମଣ ସ୍ଥିତି ସୁଧୁରିବାରେ ନା ନେଉନି । ତେବେ ଆଗକୁ ବର୍ଷାଋତୁ ଆସୁଥିବାରୁ ମ୍ୟାଲେରିଆ, ଝାଡ଼ାବାନ୍ତି ସମେତ ଟାଇଫଏଡ୍ ଆଦି ରୋଗ ବ୍ୟାପିବାର ଅଧିକ ଆଶଙ୍କା ଦେଖାଦେଇଛି । କରୋନା ଯୋଗୁଁ ବିଶେଷଜ୍ଞ ଡାକ୍ତରଙ୍କୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିଥିବାରୁ ସୀମିତ ସ୍ୱାସ୍ଥ୍ୟ ସମ୍ବଳରେ ଅନ୍ୟ ରୋଗୀଙ୍କ ଚିକିତ୍ସା ଚାଲିଛି । ଏପରିସ୍ଥିତିରେ ଆଗାମୀ ଦିନରେ କରୋନା ବ୍ୟତୀତ ଅନ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଲେ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହେବା ସମ୍ଭାବନା ଦେଖାଦେବ । ଏଥିପାଇଁ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷପେ ଗ୍ରହଣ ହୋଇଛି । ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗକ୍ରମେ ଘରଘର ବୁଲି ରୋଗୀଙ୍କ ଯାଞ୍ଚ ହେବା ସହିତ କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଅବନତି ଦେଖାଦେଲେ ତାଙ୍କୁ ତୁରନ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସାସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି । ଏହି ଅଭିଯାନ ଆସନ୍ତା ୩ ମାସ ଯାଏଁ ଜିଲ୍ଲାରେ ଚାଲିବ ବୋଲି କୁହାଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ମହେଶ୍ୱର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ବି.ଏଲ୍‌.ଏନ୍ ପୃଷ୍ଟି ଓ ଅନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking