କରମଙ୍ଗା ଖାଇଲେ ଦୂର ହୁଏ ଏହି ରୋଗ

ଭୁବନେଶ୍ୱର : କରମଙ୍ଗା ଏକ ଚିରହରିତ ଫଳ ଗଛ । ଏହା ଦକ୍ଷିଣ-ପୂର୍ବ ଏସିଆ ଓ ଭାରତୀୟ ଉପମହାଦେଶରେ ଦେଖାଯାଏ । ଏହାର ଫଳ ଖଟାଳିଆ ଲାଗେ । ଏହାକୁ ଇଁରାଜୀରେ ଷ୍ଟାର୍ ଫୃଟ୍ କୁହାଯାଏ । ଆଭେରୋଆ କାରାମ୍ବୋଲା ନାମକ ବୃକ୍ଷର ଏହା ଫଳ । ମ୍ୟାଲେସିଆ,ଇଣ୍ଡୋନେସିଆ, ଭିଏତନାମ୍, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଦେଖାଯାଉଥିବା ଏକ ସ୍ଥାନୀୟ ପ୍ରଜାତି । ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ପ୍ରଶାନ୍ତୀୟ ଅଞ୍ଚଳ ତଥା ପୂର୍ବ ଏସୀୟ ଅଞ୍ଚଳର କେତେକାଂଶରେ ଏହି ଫଳଟି ଲୋକପ୍ରିୟ । ଲାଟିନ୍ ଆମେରିକା, କ୍ୟାରିବିଅନ୍ ତଥା ଦକ୍ଷିଣ ସଂଯୁକ୍ତ ରାଷ୍ଟ୍ର ଭଳି ଅଣ-ଦେଶୀୟ କ୍ରାନ୍ତୀୟ ଅଞ୍ଚଳରେ ମଧ୍ୟ ଏହା ଚାଷ କରାଯାଏ ।

କରମଙ୍ଗା ଅନେକ  ପୋଷକ   ଉପାଦାନରେ  ପରିପୂର୍ଣ୍ଣ । ତୋଳିବାର  ତିନିଦିନ  ମଧ୍ୟରେ  ଏହାର  ପୋଷକ   ଉପାଦାନ  ନଷ୍ଟ   ହୋଇଯାଉଥିବାରୁ   ସର୍ବଦା  ସତେଜ କରମଙ୍ଗା  ଖାଇବା  ଉଚିତ । ଠିକ  ଖାଇବା  ପୁର୍ବରୁ  ହିଁ   କାଟନ୍ତୁ ।

ଥଣ୍ଡା, ଜ୍ଵର ଓ ଗଳା  ଦରଜ ଉପସମ ଶକ୍ତି  ଏଥିରେ  ରହିଛି । ଏହା  ଅଜିର୍ଣ୍ଣ  ଦୂର  କରେ । ପାକସ୍ଥଳି ଘା’  ଶୁଖିବାରେ  ସାହାଯ୍ୟ କରେ । ମିଠା କରମଙ୍ଗା ଫୁଲ  ରସ  ସେବନ  କଲେ  ଶିଶୁଙ୍କ   କଫ  ଦୋଷ  ଦୂର  ହୁଏ

ଏହା  ତନ୍ତୁ  ଓ ପୃଷ୍ଟିସାର ବହୁଳ

ଶରୀରରେ  ମାଗ୍ନେସିୟମ   ପରିମାଣ  ବଢାଇବା ପାଇଁ ଭିଟାମିନ ବି – ୬  ଯୁକ୍ତ  ଖାଦ୍ୟ   ଖାଆନ୍ତୁ

ଏହା  ତନ୍ତୁ  ଓ  ପୃଷ୍ଟିସାର  ବହୁଳ । ଫ୍ଲବୋନଏଡ଼ ଓ ଆଣ୍ଟି ଅକସିଡେଣ୍ଟ ଯୁକ୍ତ । ନିୟମିତ କରମଙ୍ଗା  ଖାଇଲେ  ଓଜନ  ହ୍ରାସ  ହୁଏ

କରମଙ୍ଗା ଗଛର ପତ୍ର  ଓ  ଚେର  ପାଣିରେ  ଫୁଟେଇ   ପିଇଲେ ମୁଣ୍ଡ  ବ୍ୟଥା, ଗୋଲ  କୃମି , ପାଣି  ବସନ୍ତ  ଦୂର  ହୁଏ

ଅଳସ୍ୟା , ମାନ୍ଦାପଣ   ଓ  ଅଜିର୍ଣ୍ଣ  ଦୂର ପାଁଈ   ପ୍ରତି  ତିନି  ଘଣ୍ଟା  ଅନ୍ତରରେ  ଫାଳେ କରମଙ୍ଗା ଖାଆନ୍ତୁ

ଏହା କେଶ  ଝାଡିବା , ଅସମୟରେ  କେଶ  ପାଚିବା  ସମସ୍ୟା  ଦୂର  କରେ

ଏହାର  ରସ  କେଶ  ମୂଳରେ  ଲଗାନ୍ତୁ । କେଶ   ଘହଳ  ଓ  ଶକ୍ତ  ହେବ

ସୁସ୍ଥ  ଓ  ସୁନ୍ଦର  ତ୍ଵଚା  ପାଇଁ କରମଙ୍ଗା ରସ  ଉପକାରୀ

ମୁଖ  ବ୍ରଣ  ଓ  ତୈଳକ୍ତ  ଅଂଶ   ଦୂର   ପାଇଁ କରମଙ୍ଗା ରସ ଲଗାନ୍ତୁ

LEAVE A REPLY

Please enter your comment!
Please enter your name here