30.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଡରାଇଲାଣି କରୋନା, ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁଣି ଡରାଇଲାଣି କରୋନା, ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇ ପୁଣି ଡରାଇଲାଣି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଯେଉଁମାନଙ୍କର ଲକ୍ଷଣ ଦେଖାଦେଉଛି ସେମାନେ କୋଭିଡ୍ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଯଦି ଲଗାତର ଭାବେ ସଂକ୍ରମଣ ବଢ଼େ, ତେବେ ସରକାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ହେଲେ ଅଧିକ ଶଯ୍ୟା ବ୍ୟବସ୍ଥା କରାଯିବ । ସେହିପରି ଟିକା ନେବା ସହ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking