39.1 C
Bhubaneswar
Friday, April 26, 2024
Homeଓଡିଶାଆରମ୍ଭ ହେଲା ଜେଇଇ ମେନ୍‌-୧: ଓଡ଼ିଶାରେ ପରୀକ୍ଷା ଦେଲେ ୩୫ ହଜାର

ଆରମ୍ଭ ହେଲା ଜେଇଇ ମେନ୍‌-୧: ଓଡ଼ିଶାରେ ପରୀକ୍ଷା ଦେଲେ ୩୫ ହଜାର

ଭୁବନେଶ୍ୱର: ୨୦୨୨ ଜେଇଇ ମେନ୍‌-୧ ତଥା ପ୍ରଥମ ସେସନ୍ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ବଭାରତୀୟସ୍ତରରେ ମୋଟ୍ ୫୦୧ ଓ ଦେଶ ବାହାରେ ୨୨ଟି ସହରରେ ପରୀକ୍ଷାକେନ୍ଦ୍ର ହୋଇଛି । ତେବେ ଓଡ଼ିଶାରେ ୨୪ଟି ସହରେ ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ୩୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଆଜି ୨ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ହୋଇଥିଲା ।

ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଦିନ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । କୋଭିଡ୍ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀମାନେ ସେମାନଙ୍କର ଏକ ଓରିଜିନାଲ ପ୍ରମାଣପତ୍ର ଯଥା ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟପତ୍ର, ପାସ୍‌ପୋର୍ଟ, ଆଧାରକାର୍ଡ(ଫଟୋ ସହ), ଇ-ଆଧାର, ରାସନ କାର୍ଡ, ଦ୍ୱାଦଶ ଶ୍ରେଣୀ ଆଡମିଟ୍ କାର୍ଡ ଦେଖାଇଥିଲେ । ଆସନ୍ତା ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking