28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବର୍ଷା ପାଣିର ଆକାର କଣ ପାଇଁ ଗୋଲ ହୋଇଥାଏ

ବର୍ଷା ପାଣିର ଆକାର କଣ ପାଇଁ ଗୋଲ ହୋଇଥାଏ

ନୂଆଦିଲ୍ଲୀ: ଆମ ଆଖପାଖରେ ଅନେକ ଘଟଣା ଘଟିଥାଏ, ଯାହା ବିଷୟରେ ଆମକୁ ଧାରଣା ନଥାଏ । ପିଲା ବେଳୁ ଆମେ ବର୍ଷା ଓ ବର୍ଷା ପାଣି ର ସେହି ବୁନ୍ଦାକୁ ଦେଖି ଆସୁଛୁ । ହେଲେ ସବୁଠୁ ବଡ କଥା ହେଲା ଯେ, ବାସ୍ତବରେ ସେହି ବୁନ୍ଦାଗୁଡିକ ଗୋଲ କାହିଁକି ହୋଇଥାଏ । ଏମିତି ଲାଗେ ଯେମିତି ସେ ଗୁଡିକୁ ଏକ ଛାଂଚରେ ପକାଯାଇଛି । ପାଣିକୁ କୌଣସି ଜିନିଷ ଉପରେ ପକାଇଲେ ତାହା ସେହି ଆକାରରେ ଢାଳି ହୁଏ । ହେଲେ ବଡ ପ୍ରଶ୍ନ ଏହା ଯେ, କଣ ପାଇଁ ବର୍ଷା ପାଣି ବୁନ୍ଦା ଗୋଲ ହୋଇଥାଏ ।
ଯେତେବେଳେ ଆପଣ ପିଲାବେଳେ ଫିଜିକ୍ସ ପାଠ ବଢିଥିବେ ସେତେବେଳେ ଭୂପୃଷ୍ଠ ବିଷୟରେ ନିହାତି ଭାବରେ ଆପଣଙ୍କୁ ପଢା ଯାଇଥିବ । ହେଲେ ଏହା ପଛରେ ବୈଜ୍ଞାନିକ କାରଣ କଣ ରହିଛି, ତାହା କେବେ ଜାଣିବାକୁ ଚେଷ୍ଟା କରିନାହାନ୍ତି । ତେବେ ବର୍ଷା ପାଣିର ବୁନ୍ଦା ଗୋଲ ହେବା ପଛରେ ବୈଜ୍ଞାନିକ କାରଣ ରହିଛି । ଭୂପୃଷ୍ଠ ଚାପ ପାଇଁ ପାଣି ବୁନ୍ଦା ଗୋଲ ଆକାରର ହୋଇଥାଏ । ଆମେ ପାଣିକୁ ଯେଉଁ ପାତ୍ରରେ ରଖୁ , ସେ ତା ର ଆକାର ନେଇଯାଏ ।
ଏବେ ବି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ସବୁ ପରେ ବି କଣ ପାଇଁ ବର୍ଷା ପାଣି ଆକାର ଗୋଲ ହୋଇଥାଏ । ପାଣି ବୁନ୍ଦା ଯେତେବେଳେ ସ୍ୱତନ୍ତ୍ର ହୋଇ ତଳେ ପଡିଥାଏ, ତାହା ନୂନ୍ୟତମ ଆକାର ନେବା ପାଇଁ ପ୍ରୟାସ କରେ । ଏଥିପାଇଁ ବର୍ଷା ପାଣିର ଆକାର ଗୋଲ ହୋଇଥାଏ ।
ମାଧ୍ୟାକର୍ଷଣ ଶକ୍ତି କାରଣ ପାଇଁ ସବୁଠୁ ନ୍ୟୁନ୍ୟତମ ଆକାର ଗୋଲାକାର ହୋଇଥାଏ । ପାଣି ବୁନ୍ଦା ଯେତିକି ଯେତିକି ଛୋଟ ହୋଇ ଯାଏ ସେ ଗୋଲାକାର ରୂପ ନେଇଥାଏ । ଅନ୍ୟ କିଛି ଜିନିଷ ଠାରୁ ଗୋଲ ଆକାରର କ୍ଷେତ୍ରଫଳ କମ ହୋଇଥାଏ । ଯେଉଁଥିପାଇଁ ବର୍ଷା ପାଣିର ଆକାର ଗୋଲ ହୋଇଥାଏ । ବର୍ଷା ବ୍ୟତୀତ ଅନ୍ୟ କୌଣସି ବସ୍ତୁ  ପୃଥିବୀ ର ଯେତିକି ନିକଟର ହୋଇ ହୋଇ ଯାଏ ଓ ସେ ବୁନ୍ଦାର ରୂପ ନେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking