40.1 C
Bhubaneswar
Wednesday, April 24, 2024
Homeଅପରାଧଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଔରାଙ୍ଗାବାଦ:  ମଦନପୁର ପୋଲିସ ଷ୍ଟେସନ ଅଂଚଳର ଜାମୁଏନ ଗ୍ରାମରେ ସ୍ୱାମୀ-ସ୍ତ୍ରୀ ଦମ୍ପତିଙ୍କୁ ମାଡ ମରାଯିବା ସହ ହତ୍ୟା କରାଯାଇଥିଲା । ବୁଧବାର ସକାଳ ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଥିଲା । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏଥିସହ କିଛି ଲୋକଙ୍କୁ ହେପାଜତକୁ ନେଇ ଏହି ମାମଲା ଭିତିରେ ପଚରାଉଚରା କରାଯାଉଛି ।
ମୃତ ୫୫ ବର୍ଷିୟ ପାନୱା ଦେବୀ ଏବଂ ୬୦ ବର୍ଷିୟ ଫାକିରା ଭୁୟାନ ମଦନପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଜାମୁଏନ ଗାଁ ର ବାସିନ୍ଦା ଥିଲେ । ଗ୍ରାମବାସୀ କହିଛନ୍ତି ଯେ ଫାକିରା ଭୂୟାନ ଗାଁରେ ତନ୍ତ୍ର ବିଦ୍ୟା ପାଠ  କରିବା ସହ ଲୋକମାନଙ୍କୁ ଝଡାଫୁଙ୍କା ମଧ୍ୟ କରୁଥିଲେ ।  ଏହି ସମୟରେ ଗାଁର କିଛି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯାହାକୁ ନେଇ ମଙ୍ଗଳବାର ରାତିରେ ଏହି ପ୍ରସଙ୍ଗରେ ତୀବ୍ର ବିତର୍କ ହୋଇଥିଲା ।
ଫାକିରାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଙ୍ଗଳବାର ରାତିରେ ପାରସ୍ପାରିକ ସମାଧାନ ମଧ୍ୟ କରାଯାଇଥିଲା,କିନ୍ତୁ ସମାଧାନ ପରେ ବୁଧବାର ସକାଳେ ଫାକିରା ଏବଂ ତାଙ୍କ ପତ୍ନୀଙ୍କୁ ମାଡ ମାରିଥିଲେ ଗ୍ରାମବାସୀ । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ପୋଲିସା ସୂଚନା ମୁତାବକ  ଘଟଣାର ସୂଚନା ପାଇବା ପରେ ମଦନପୁର ସର୍କଲ ଇନ୍ସପେକ୍ଟର ବିଜୟ କୁମାର ସିଂ ଏବଂ ପୋଲିସ ଷ୍ଟେସନ ସଭାପତି ଆନନ୍ଦ କୁମାର ଗୁପ୍ତା ଟିମ୍ ଫୋର୍ସ ସହିତ ପହଂଚିଥିଲେ । ମୃତଦେହକୁ ନିଜ କବଜାକୁ ନେଇ େଔରଙ୍ଗାବାଦ ସଦର ଡାକ୍ତରଖାନାକୁ ପୋଷ୍ଟମଟର୍ମ ପାଇଁ ପଠାଇଥିଲେ । ଘଟଣାର ତଦନ୍ତ ପାଇଁ ମଦନପୁର ପୋଲିସ ମଧ୍ୟ କିଛି ଲୋକଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କୁ ପଚରାଉଚରା କରୁଛି । ଏହି ଘଟଣା ପରେ ଉକ୍ତ ଅଚଂଳରେ ଚାଂଚଲ୍ୟ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking