32.1 C
Bhubaneswar
Thursday, May 9, 2024
Homeଓଡିଶାଅପରାଧୀଙ୍କୁ ତ୍ରାହି ନାହିଁ; କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଅପରାଧୀଙ୍କୁ ତ୍ରାହି ନାହିଁ; କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଭୁବନେଶ୍ୱର: ପୋଲିସ ଆଖିରେ ଆଉ ଧୂଳି ଦେଇ ପାରିବେନି ଅପରାଧୀ । କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଜେଲ୍‌ରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍ ପ୍ରସ୍ତାବ । ବିଚାରାଧୀନ କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ । ଜେଲରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି ।

ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ-ସେମିତି ବନ୍ଦୀଙ୍କ ଦେହରେ ଏହି ଜିପିଏସ୍ ଲଗାଇ ଘରେ ଛାଡ଼ି ଦିଆଯିବ । ଆଣ୍ଠୁରେ ଲାଗିବ ଏହି ଜିପିଏସ୍ ଟ୍ରାକର୍ । ଏହା ଦ୍ୱାରା ସଂପୃକ୍ତ ବିଚାରାଧୀନ କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ଜେଲ୍ କର୍ତ୍ତୃପକ୍ଷ । ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ତୁରନ୍ତ ଆଲର୍ଟ ଯିବ । ଏହା ଦ୍ୱାରା ଜେଲରେ ଯେଉଁ ଅଧିକ ବନ୍ଦୀ ରହୁଛନ୍ତି, ତାର ସମାଧାନ ହୋଇପାରିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking