34.1 C
Bhubaneswar
Thursday, May 9, 2024
Homeଓଡିଶାସୋଆ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ସେମାନଙ୍କ ଡିଗ୍ରୀ ଗ୍ରହଣ କରିଥିଲେ । ସ୍ନିଲ୍‌ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୩ ବ୍ୟାଚର ଏଲଏଲ୍‌ଏମ୍‌, ଏଲଏଲ୍‌ବି (ଅନର୍ସ), ବିବିଏ ଏଲ୍‌ଏଲ୍‌ବି (ଅନର୍ସ) ଓ ବିଏ ଏଲ୍‌ଏଲ୍‌ବି (ଅନର୍ସ) ଛାତ୍ରଛାତ୍ରୀଙ୍କୁ କୁଳପତି ଉପାଧି ପ୍ରଦାନ କରିଥିଲେ ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ସେମାନେ ଦେଶର ଅଷ୍ଟମ ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନ ଓ ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଅଧୀନରେ ଏହା କାର୍ଯ୍ୟ କରୁଛି । ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ସେମାନଙ୍କର ଦାୟିତ୍ୱ ।
ଆଇନ୍ ବୃତି ବର୍ତମାନ ଆଉ କୋର୍ଟରେ ସୀମିତ ହୋଇ ରହିନାହିଁ । ଏହା ବିଭିନ୍ନ କ୍ଷେତ୍ରକୁ ପରିବ୍ୟାପ୍ତ ହେବାରେ ଲାଗିଛି । ତେଣୁ ଆଇନ୍ ଛାତ୍ରଛାତ୍ରୀମାନେ ସମାଜର ହିତ ପାଇଁ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୁଅନ୍ତୁ ବୋଲି କୁଳପତି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମରେ ସ୍ନିଲ୍‌ର ସିନିୟର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସ୍ନିଲ୍‌ର ସିନିୟର ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking