38.1 C
Bhubaneswar
Friday, April 26, 2024
Homeଓଡିଶାନୁତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୁତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଢେଙ୍କାନାଳ : ଢେଙ୍କାନାଳ ସହରର ପ୍ରସ୍ତାବିତ ହୋଇଥିବା ନୁତନ ବସଷ୍ଟାଣ୍ଡ ନିର୍ମାଣ କେବଳ ଫାଇଲ ମଧ୍ୟରେ ରହିଯାଉଥିଲା । ବିଳମ୍ବରେ ହେଉ ପଛେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଘଟଣାର ଅନ୍ତ ଘଟିବାକୁ ଯାଉଛି । ୫୫ ନଂ ଜାତୀୟ ରାଜପଥ ନିକଟରେ ଥିବା ମହିଷାପାଟ ପଡିଆରେ ୫ ଏକର ଜାଗା ଚିହ୍ନଟ ହୋଇଥିଲା । ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ସୁଚନା ଦେବା ପରେ ଜିଲ୍ଲାବାସୀଙ୍କ ମନରେ ଆଶା ସଂଚାର ହୋଇଛି ।

ମିଳିଥିବା ସୁଚନା ମୁତାବକ, ଜିଲ୍ଲା ମଧ୍ୟରେ ଥିବା ବସଷ୍ଟାଣ୍ଡଟି ଛୋଟ ହେବା, ଜନଗହଳିକୁ ଆଖି ଆଗରେ ରଖି ଜିଲ୍ଲାପ୍ରଶାସନ ତରଫରୁ ନୁତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା । ଏହାପରେ ମଧ୍ୟ ଜାଗା ଚିହ୍ନଟ କରାଯାଇଥିଲା । କିନ୍ତୁ ପରବର୍ତି ସମୟରେ ଏହା ଫାଇଲ ତଳେ ରହିଯାଇଥିଲା । ଜିଲ୍ଲା ଆଂଚଳିକ ଉନ୍ନୟନ ସଂସ୍ଥା ତରଫରୁ ଏହି ଜାଗାକୁ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ପରେ ଏହାକୁ ନେଇ ବିବାଦ ଉପୁଯିବାରୁ ଏହି କାର୍ଯ୍ୟ ବନ୍ଦ ହୋଇଥିଲା । ୨୦୦୪ ମସିହାରେ ପୈାରସଂସ୍ଥା ତରଫରୁ ମହିଷାପାଟ ପଡିଆଠାରେ ନୁତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନେଇ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେଠାରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ବିଶ୍ରାମାଗାର ଓ ଶୈାଚାଳୟ ନିର୍ମାଣ କରାଯାଇଥିଲା ।

ଏସବୁ ପରେ ମଧ୍ୟ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଏହି ପଡିଆରେ କିଛି ବର୍ଷ ହେଲା ଲକ୍ଷ୍ମୀପୁଜା ସମୟରେ ପଲିଶ୍ରୀ ମେଳା ହେଉଥିଲା । ଏହି ମେଳା ଅବସରରେ ନିକଟରେ ଥିବା ଅନ୍ୟ ଏକ ତିନି ଏକର ଜାଗା ତହସିଲ ଦାର ପକ୍ଷରୁ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ରେ ଯାତ୍ରୀମାନଙ୍କ ଉନ୍ନତ ମାନର ସୁବିଧା ଯୋଗଇ ଦିଆଯିବ । କଟକ ଓ ଅନୁଗୁଳରୁ ଆସୁଥିବା ବସଗୁଡିକ ନିମନ୍ତେ ଦୁଇଟି ଫାଟକ ନିର୍ମାଣ କରାଯିବ । ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି ନୁତନ ବସଷ୍ଟାଣ୍ଡ ମହିଷାପାଟଠାରେ ୫ ଏକର ଜାଗାରେ କରାଯିବା ନିମନ୍ତେ ଯୋଜନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking