30.1 C
Bhubaneswar
Wednesday, April 24, 2024
Homeଓଡିଶାଫିକା ପଡିଲା ମାନସିକ ଦଣ୍ଡଯାତ୍ରା

ଫିକା ପଡିଲା ମାନସିକ ଦଣ୍ଡଯାତ୍ରା

ଢେଙ୍କାନାଳ : ସଂପ୍ରତି ରାଜ୍ୟରେ ମହାମାରୀ କରୋନାର ଦ୍ୱିତିୟ ଲହର ଦେଖାଯାଇଥିବା ବେଳେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସଚେତନ ମୁଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପର୍ବପର୍ବଣି ଓ ମେଳା ଆଦି କାର୍ଯ୍ୟରେ କଟକଣା ଲଗାଯାଇଛି । ଏହାକୁ ନେଇ ଜିଲ୍ଲାପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରାଯାଇଛି । ଢେଙ୍କାନାଳ ଜିଲ୍ଲା ଦଣ୍ଡ ନୃତ୍ୟ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ କେବଳ ବିଧି ରକ୍ଷା କରିବା ନିମନ୍ତେ ଏହା ପାଳନ କରାଯାଉଛି । କପିଳାସ ଠାରୁ ଦଣ୍ଡନାଚ ଆରମ୍ଭ ହୋଇଥିବା କୁହାଯାଉଥିବା ବେଳେ ପ୍ରତିବର୍ଷ ମାନସିକ ବ୍ରତଧାରୀମାନେ ୧୪ ଦିନ କିମ୍ବା ୨୧ ଦିନ ଧରି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।

କଠିନ ନୀତିନିୟମକୁ ପାଳନ କରିବା ସହିତ ଶରୀରକୁ କଷ୍ଟ ଦେଇ ଦଣ୍ଡଧାରୀମାନେ ପ୍ରବଳ ଖରାରେ ଖାଲି ପାଦରେ ଯାତାୟତ କରିବା ସହିତ ଦଣ୍ଡଯାତ୍ରା ପରିବେଷଣ କରିଥାନ୍ତି । ଲୋକ ସଂସ୍କୃତି ଏବଂ ଲୋକକଳା ପରମ୍ପରାକୁ ନେଇ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥାଏ। ଦିନରେ ଧୁଳି ଦଣ୍ଡ, ପାଣି ଦଣ୍ଡର ଆୟୋଜନ କରାଯାଇଥିବା ବେଳେ ଦିନବେଳେ ପ୍ରବଳ ଖରାରେ ଦଣ୍ଡୁଆମାନେ ଧୁଳିରେ ଗଡି ବିଭିନ୍ନ ଲୋକ ପରମ୍ପରା ପ୍ରଦର୍ଶନ କରିଥାନ୍ତି । ସେହିପରି ରାତିରେ ନାବକେଳି, ଭୁତକେଳି ଆଦି ନାଟକ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି । ଦିନରେ ସାମନ୍ୟ ଫଳାହାର କିମ୍ବା ଲିଆ ଗୁଡ ଖାଇ ରହୁଥିବା ବେଳେ ରାତିରେ ଗୋଟିଏ ଥର ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ମହାମାରୀ କରୋନ ଯୋଗୁଁ ଗାଁ ଗହଳିରେ କାଁ ଭାଁ ଦଣ୍ଡ ନୃତ୍ୟ ହେଉଥିବା ଦେଉଛି । ଗତ ବର୍ଷ ମଧ୍ୟ ଏହି କରୋନା ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା ଠିକ ସେହିପରି ଚଳିତ ବର୍ଷ ମଧ୍ୟ ଏହା ଫିକା ପଡିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking