29.1 C
Bhubaneswar
Sunday, May 5, 2024
Homeଓଡିଶାହାଇକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବାରେ ଅପାରଗ ଜିଲ୍ଲା ପ୍ରଶାସନ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବାରେ ଅପାରଗ ଜିଲ୍ଲା ପ୍ରଶାସନ

ଆମରଣ ଅନଶନରେ ବସିବ ଅଭିଭାବକ ମହାସଙ୍ଘ

ବଲାଙ୍ଗିର (ଦେବାଶିଷ ମିଶ୍ର) : ଗୋଟିଏ ପଟେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି । ଅନ୍ୟ ପଟେ ଏହା ବିରୁଦ୍ଧରେ ତଥ୍ୟ ସହିତ ବାରମ୍ବାର ଅଭିଯୋଗ କରିବା ସତ୍ୱେ ଜିଲ୍ଲା ପ୍ରଶାସନ ଆଖି, କାନ ବନ୍ଦ କରି ବସିଛି । ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଥାଇ ମଧ୍ୟ ଅଭିଭାବକମାନେ ଲୁଟ ର ଶିକାର ହେଉଛନ୍ତି ଏବଂ ଜିଲ୍ଲାରେ ଖୁଲମ ଖୁଲ୍ଲା ମାନ୍ୟବର ହାଇକୋର୍ଟ ଓ ଓଡିଶା ହ୍ୟୁମାନ ରାଇଟ କମିଶନର ଅବମାନନା କରାଯାଉଛି ବୋଲି ଅଭିଭାବକ ମହାସଂଘ ଅଭିଯୋଗ କରିଛି । ମହାସଙ୍ଘ ତରଫରୁ ଏସଂକ୍ରାନ୍ତୀୟ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯିବା ସହିତ ଆସନ୍ତା ୧୮ରୁ ମହାସଂଘ ଆମରଣ ଅନଶନରେ ବସିବା ନେଇ ଚେତାବନୀ ଦେଇଛି ।

ମହାସଙ୍ଘ ଆହୁରି କହିଛି ଯେ, କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୁ ନେଇ ମାନ୍ୟବର ହାଇକୋର୍ଟ ଛାତ୍ର ଅନୁପାତ ହାରରେ ଫିସ୍‌ ରିହାତି, ଟିଉସନ ଫିସ୍‌ , ଏନ୍ସିଲେରି ଫିସ୍‌, ତଥା ରିଏଡମିଶନ ଆଦି ଫିସ୍‌ ଛାଡ ନେଇ ଏକ ନିର୍ଦ୍ଦେଶବଳୀ ଜାରି କରିଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମଧ୍ୟ ଏସଂକ୍ରାନ୍ତିୟ ଏକ ନୋଟିସ ଜିଲ୍ଲାର ସମସ୍ତ ସ୍କୁଲକୁ ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଜିଲ୍ଲାର ଅଗ୍ରଣି ସ୍କୁଲ ଲିଟିଲ ଫ୍ଲାୱାର ସମେତ ଅନ୍ୟାନ୍ୟ ଇଂରାଜି ମିଡିଅମ ସ୍କୁଲମାନେ ଖୋଲା ଖୋଲି ମାନ୍ୟବର ହାଇର୍କୋଟ ତଥା ସରକାରୀ ନିର୍ଦ୍ଦେକୁ ଉଲ୍ଲଂଘନ କରୁଛନ୍ତି । ଇଂରାଜୀ ମିଡିଅମ ସ୍କୁଲ ଗୁଡିକ ନିଦ୍ଦେଶାନୁସାରେ ସ୍କୁଲ ଫିସ୍‌ ଛାଡ ଅଥବା ଫିସ୍ ରିହାତୀ କରିବା ଦୂର କଥା ଅଭୀଭାବକମାନଙ୍କ ଠାରୁ ଜୋର ଜବରଦସ୍ତ ସ୍କୁଲ ଫିସ୍‌ ଆଦାୟ କରି ବେନାମି ରଷିଦ ପ୍ରଦାନ କରୁଛନ୍ତି । ସେହି ରଷିଦରେ ନାଁ ସ୍କୁଲର ନାଁ ରହୁଛି ନାଁ କୌଣସି ସରକାରୀ ପଞ୍ଜିକରଣ ନଂବର । ଯାହା ସଂପୁର୍ଣ୍ଣ ରୂପେ ବେଆଇନ । ସେହିପରି ସ୍କୁଲ ପରିସରରେ ପୁସ୍ତକ ବିକ୍ରୟ ଓ ଶ୍ରେଣୀ ଅନୁସାରେ ସ୍କୁଲ ବାଗ ଓଜନକୁ ନେଇ ଓଡିଶା ହ୍ୟୁମାନ ରାଇଟ କମିଶନ ମଧ୍ୟ ନିଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ ।

ବିଭିନ୍ନ ତଥ୍ୟ ସହିତ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ବିଷୟରେ ଅଭିଯୋଗ କରାଗଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ଫଳରେ ସହରର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭୀଭାବକ ଶୋଷଣ ର ଶିକାର ହେଉଛନ୍ତି । ଅଭିଭାବକ ମହାସଂଘ ଏହି ବେଆଇନ ଲୁଟ ବିରୋଧରେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ।ଗତ ୮ ତାରିଖରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମହାସଙ୍ଘ ତରଫରୁ ଏ ବିଷୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ୱାସନା ସତ୍ୱେ ଉକ୍ତ ସ୍କୁଲ ଉପରେ କୌଣସି ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଏହି ସ୍କୁଲ ବେଧଡକ ଭାବେ ବେଆଇନ ଫିସ୍‌ ଗ୍ରହଣ ଜାରି ରଖିଛି । ଜିଲ୍ଲା ପ୍ରଶାସନର ଅପାରଗତା ଏହି ସ୍କୁଲର ବେଆଇନ କାର୍ଯ୍ୟକଳାପକୁ ବେଶ ସୁହାଉଛି । ଏଭଳି ସ୍ଥିତିରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ କାହା ସ୍ୱାର୍ଥ୍ୟରେ ଆଖି ବନ୍ଦ କରି ବସିଛି ବୋଲି ସଙ୍ଘ ପ୍ରଶ୍ନ କରିଛି । ତେଣୁ ଲିଟିଲ ଫ୍ଲାୱାର ସ୍କୁଲର ଏଭଳି ବେଆଇନ ଲୁଟ ବିରୁଦ୍ଧରେ ଆସନ୍ତା ୧୮ ରୁ ମହାସଂଘ ଆମରଣ ଅନଶନରେ ବସିବା ଛଡ଼ା ଅନ୍ୟ କିଛି ପନ୍ଥା ନାହିଁ ବୋଲି ମହାସଙ୍ଘର ରାଜ୍ୟ ଉପ-ସଭାପତି ପ୍ରଦ୍ୟୁମ୍ନ ମିଶ୍ର ଓ ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking