34.1 C
Bhubaneswar
Thursday, April 25, 2024
Homeଓଡିଶାରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ

ରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ

ଅନୁଗୋଳ :  ବଅଁରପାଳରେ ଘଟିଛି ଏକ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ୨ଟି ଯାକ ମୃତଦେହ ଜବତ କରି ବଅଁରପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ମୃତ ଶିଶୁଙ୍କୁ ଆଣି ରାସ୍ତାକଡ଼ରେ ଫିଙ୍ଗିଲା ସେ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତକାଲି ମେଡିକାଲ ଭିତରୁ ନବଜାତ ଶିଶୁର ମୃତଦେହ ନେଇଗଲା କୁକୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।  ତେବେ ମେଡିକାଲ ପରିସରରେ ଥିବା ଲୋକେ ହୋହାଲ୍ଲା କରିବାରୁ କୁକୁରଟି ମୃତଦେହକୁ ଛାଡ଼ି ଚାଲିଯାଇଥିଲା । ନବଜାତ ଶିଶୁଟି କାହାର ତାହା ଜଣାପଡ଼ି ନାହିଁ । ଏହା ଏକ ପ୍ରି-ମ୍ୟାଚ୍ୟୁର ଶିଶୁକନ୍ୟାର ମୃତଦେହ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । କେଉଁଠାରୁ ନବଜାତକର ମୃତଦେହ ଆସିଲା ତାହା ଜଣାପଡ଼ି ନାହିଁ । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking