33.1 C
Bhubaneswar
Thursday, May 23, 2024
Homeଓଡିଶାଶାସକ ଦଳର ବୋଲକରା ସାଜିଛି ମଙ୍ଗଳପୁର ପୋଲିସ

ଶାସକ ଦଳର ବୋଲକରା ସାଜିଛି ମଙ୍ଗଳପୁର ପୋଲିସ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର ମଙ୍ଗଳପୁର ପୋଲିସ ସାଜିଛି ରାଜନେତାଙ୍କ କାଠ କଣ୍ଢେଇ । ମଙ୍ଗଳପୁର ଥାନାକୁ ଆଜି ଘେରଉ କରିଥିଲେ ଶତାଧିକ ଲୋକ। ପୋଲିସ ଅଭିଯୁକ୍ତଙ୍କ ପ୍ରତି ଅହେତୁକ ଅନୁକମ୍ପା,, ଖବର ଅନୁଯାଇ ଗତ 13ତାରିଖ ଚଷାଖଣ୍ଡ ଗ୍ରାମପଞ୍ଚାୟତର ଗଣେଶ ମହଲା, ଆଶିଷ ମହଲା ଏବଂ ତାଙ୍କ ବାପା ରବି ମହଲା ଉକ୍ତ ପଞ୍ଚାୟତର ମାନସ ଦାସଙ୍କୁ ଲୁହା ରଡ଼ ବାଡ଼ି ଏବଂ ଇଟା ସାହଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ମାନସ ଦାସଙ୍କ ଅଭିଯୋଗ କ୍ରମେ ରବି ମହଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ କାଲି ରାତିରେ ଧରି ଆଜି କୋର୍ଟ ଚାଲାଣ କରିବାକୁ ଥାନାରୁ ବାହାରି ମଙ୍ଗଳପୁର ବଜାର ଅତିକ୍ରମ କରିବାପରେ ଅଭିଯୁକ୍ତଙ୍କ ଭାଇ ଚଗଲା ମହଲାଙ୍କ ଗାଡ଼ିରେ କୋର୍ଟ ଯିବାକୁ ଅନୁମତି ଦେଇଥିଲା। ଅଭିଯୁକ୍ତ କୋର୍ଟ ଯିବାବାଟରେ କିଶୋର ମହଲା (ଅଲିଆ)ଙ୍କ ସହାୟତାରେ ମାନସ ଦାସ ଏବଂ ମହେନ୍ଦ୍ର ଧଳକୁ ରାସ୍ତାରେ କହିଥିଲେ ଯାଉଛୁ ବେଲରେ ଆସି ତମ ଦୁଇ ଜଣଙ୍କୁ ହାଣିବୁ । ଏବଂ ସେ ଜାଗାରେ ପୋଲିସ ନିରବଦ୍ରଷ୍ଟା ସାଜିଥିଲା। ଏଠି କଥା ଉଠୁଛି ipc ଧାରା 341.294.606.arms act 25 arms act 27 ଭଳି ସଙ୍ଗିନୀ ଦଫା ଲାଗିଥିବା ବେଳେ ଅପରାଧୀମାନଙ୍କୁ ପୋଲିସ କେମିତି ଓ କାହିଁକି ନିଜ ଗାଡିରେ ନନେଇ ଅଭିଯୁକ୍ତଙ୍କ ଭାଇ ଗାଡ଼ିରେ ଛାଡିଲେଲା।

କଣ ଅଭିଯୁକ୍ତଙ୍କ ଭାଉଜ ଶାସକଦଳର ସରପଞ୍ଚ ହୋଇଥିବାରୁ ପୋଲିସ ଅହେତୁକ ଅନୁକମ୍ପା ଦେଖାଉଛିକି। ନା ମୋଟା ଅଙ୍କର ଅର୍ଥ କାରବାର ଏହା ମଧ୍ୟରେ ହୋଇଛି । ଅଭିଯୁକ୍ତଙ୍କ ଭାଉଜ ସରପଞ୍ଚ ଥିବାରୁ ଅଭିଯୁକ୍ତମନେ ଖୁଲମ ଖୁଲା ପଞ୍ଚାୟତରେ କରିଆସୁଛନ୍ତି ଗୁଣ୍ଡାରାଜ । ଆଉ ଏହାର ନିର୍ଦେଶକ ସାଜୁଛନ୍ତି ସରପଞ୍ଚଙ୍କ ସ୍ୱାମୀ ସୁବାଷ ମହଲା ଓରଫ ଅଲିଆ । ବିଭିନ୍ନ ସମୟରେ ସୁବାଷ ମଧ୍ୟ ଗୁଣ୍ଡାଗରଦି ମାରପିଟ କରିଆସୁଛନ୍ତି ତାଙ୍କ ନା ରେ ଅନେକ ସଙ୍ଗିନୀ ମାମଲା ଥାଇ ମଧ୍ୟ ପୋଲିସ କିନ୍ତୁ ତାଙ୍କୁ ହାତମାରିବାକୁ ଡ଼ରୁଛି । ସେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଖାସ ଲୋକ । ମାଡାମଙ୍କ ଛତ୍ରଛାୟା ତଳେ ରହୁଥିବାରୁ ପୋଲିସ ସବୁ ଜାଣି ଶୁଣି ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିରହୁଛି ବୋଲି ସାଧାରଣ ରେ ଆଲୋଚନl ହେଉଅଛି । ଏମିତି ବିଭିନ୍ନ ଅଭିଯୋଗକୁ ନେଇ ଆଜି ମାନସ ଦାସ ଏବଂ ଶତାଧିକ ଗ୍ରାମବାସୀ ମଙ୍ଗଳପୁର ଥାନା ଘେରିଥିଲେ ।

ମଙ୍ଗଳପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଅସିତ ରଞ୍ଜନ ମହାନ୍ତି ଛୁଟିରେ ଥିବାରୁ ବିଂଝାରପୁର iic ନିରଞ୍ଜନ ଶବର ବୁଝାସୁଝା ପାଇଁ ମଙ୍ଗଳପୁର ଥାନାରେ ପହଞ୍ଚି ମାନସ ଏବଂ ଗ୍ରାମବାସୀଙ୍କୁ ବୁଝାଇଥିଲେ ।  କିନ୍ତୁ ଗଣମାଧ୍ୟମ ପ୍ରତିନିଧିମାନେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ପଚାରିବାରୁ ସେ କହିଥିଲେ ଉପରୁ ନିର୍ଦେଶ ଅଛି କିଛି କହିହେବନି। ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ଆପଣ କାର୍ଯ୍ୟାନୁଷ୍ଠାନ ନେବେକି ପଚାରିବାରୁ ଶୁଣ୍ଢୀ ସାକ୍ଷୀ ମାତାଲ ଭଳି ଚୁପ ରହିଥିଲେ iic ମହୋଦୟ। କିନ୍ତୁ ଯଦି ପୋଲିସ ରାଜନେତା ଟାଉଟର ଗୁଣ୍ଡାମାନଙ୍କ ହାତର କାଠ କଣ୍ଢେଇ ସାଜି ତାଙ୍କ ପାଇଁ ସୁରକ୍ଷା କବଚ ସାଜେ ତାହାଲେ ସାଧାରଣ ଲୋକ ଯିବେ କୁଆଡେ ତାଙ୍କୁ ନ୍ୟାୟ ମିଳିବ କୋଉଠି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking