30 C
Bhubaneswar
Tuesday, April 16, 2024
Homeଓଡିଶାଭାଇରାଲ ହେବାରେ ଲାଗଛି ନଗ୍ନ ଭିଡିଓ

ଭାଇରାଲ ହେବାରେ ଲାଗଛି ନଗ୍ନ ଭିଡିଓ

ଢେଙ୍କାନାଳ : ଏସିଆ ମହାଦେଶର ସବୁଠାରୁ ବଡ ଗାଁ ହେଉ କି, ସ୍ୱାଧୀନତା ସଂଗ୍ରାମୀ ବୀର ବାଜିରାଉତଙ୍କ ଜନ୍ମମାଟି ହେଉ ସାରାବିଶ୍ୱରେ ଇତିହାସରେ ନାମ ରହିଛି ଭୁବନ ଗ୍ରାମର । ତେବେ ଏହି ନଗ୍ନ ଭିଡିଓ ଭାଇରାଲ ହେବାରେ ଭୁବନ ଗ୍ରାମ ଅପମାନିତ ହେବାରେ ଲାଗିଛି । ଦୁଃଖ ଏବଂ ବିଡମ୍ବନାର କଥା ଭୁବନ ଏନଏସି ଅଂଚଳରେ ଦିନକୁ ଦିନ ଏ ପ୍ରକାର ଘଟଣା ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସ୍ଥାନୀୟ ଗଣମାଧ୍ୟମରେ ବହୁ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହାକୁ ନେଇ ଇତିହାସରେ ନାମ ଅର୍ଜନ କରିଥିବା ଭୁବନ ଗ୍ରାମ ଏବେ ଲଜ୍ଜିତ ହେବାରେ ଲାଗିଲାଣି । ଏହିଭଳି ନିଚ କର୍ମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେଉନଥିବା ବୁଦ୍ଧିଜୀବୀମାନଙ୍କୁ ଆଚମ୍ବିତ କରିଛି ।

ମାତ୍ର କିଛି ଦିନତଳେ ଜଣେ ଅଙ୍ଗନୱାଡି କର୍ମୀ ଜଣେ ଯୁବକଙ୍କ ଜାଲରେ ପଡିଥିବା ଘଟଣା ଦେଖିବାକୁ ମିଳିଥିଲା । ଅନୁରୂପ ଭାବେ ଜଣେ ନାବାଳିକା ମଧ୍ୟ ଏଭଳି ଘଟଣାର ଶିକାର ହୋଇ ସାରିଛନ୍ତି । ଭୁବନ ଏନଏସିର ୪ ନଂ ୱାର୍ଡର ଜଣେ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇ ବର୍ଷେକାଳ ତାଙ୍କ ସହ ସଂପର୍କ ରଖିଥିଲେ । ଏହାର ସୁଯୋଗରେ ସେ ନଗ୍ନ ଭିଡିଓ ବନାଇ ଥିଲେ। ଏହି ଘଟଣା ଜାଣିବାରେ ଝିଅ ଘର ଲୋକେ ଏହାର ସମାଧାନ ନିମନ୍ତେ ବାହାଘର କରିବା ପାଇଁ ପରଷ୍ପର ମଧ୍ୟରେ ଚୁକ୍ତି ମଧ୍ୟ ହୋଇଥିଲା। ଏହି ସବୁ ଭିତରେ ଯୁବକର ସାଙ୍ଗମାନେ ଏହି ଭିଡିଓକୁ ଭାଇରାଲ କରିଦେଇଥିଲେ । ଏମିତି ଜଣଙ୍କ ପରେ ଜଣେ ଦୁର୍ବୁତ ଝିଅମାନଙ୍କ ଇଜ୍ଜତକୁ ନେଇ ଖେଳ ଖେଳୁଥିବା ବେଳେ ଏଭଳି ଏକ ସମ୍ବେଦନ ଶିଳ ଘଟଣାରେ ପୁଲିସ କାହିଁକି ନିରବ ରହିବା ନେଇ ବୁଦ୍ଧିଜୀବି ମହଲକୁ ବିବ୍ରତ କରିଛି । ଭୁବନକୁ ବଦ୍‌ନାମ କରିଥିବା ଲୋକଙ୍କୁ କେବେ ବନ୍ଧା ଯିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking