40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶମହାରାଷ୍ଟ୍ରରେ କେମିକାଲ କମ୍ପାନୀରେ ଅଗ୍ନିକାଣ୍ଡ : ୬ ମୃତ,୨୫ ଆହତ

ମହାରାଷ୍ଟ୍ରରେ କେମିକାଲ କମ୍ପାନୀରେ ଅଗ୍ନିକାଣ୍ଡ : ୬ ମୃତ,୨୫ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାଣେରେ ଘଟିଛି ଅଘଟଣ। ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ଲାଗିଛି ନିଆଁ । ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏଭଳି ଅଭବନୀୟ ଘଟଣା ଘଟିଛି । ତେବେ ଏହି ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଅମୁଦାନ କେମିକାଲ କଂପାନୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ କମ୍ପାନୀରେ ନିଆଁ ଲାଗି ଯାଇଥିଲା। ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ୧୫ଟି ଦମକଳ ଗାଡ଼ିକୁ ନିଆଁ ଲିଭାଇବା ପାଇଁ ମୁତୟନ କରାଯାଇଛି। ଖବର ଲେଖାଯିବାକୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ନିଆଁକୁ ସଂପୂର୍ଣ୍ଣ କାବୁ କରିବାକୁ ଆହୁରି ଘଣ୍ଟେ ଦୁଇ ଘଣ୍ଟା ଲାଗିପାରେ। ଜଣାପଡ଼ିଛି ଯେ ଏହି କେମିକାଲ କମ୍ପାନୀରେ ଏକ ବଏଲରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ଭାଙ୍ଗି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking