25.1 C
Bhubaneswar
Wednesday, February 12, 2025
Homeଦେଶ ବିଦେଶମୋଦୀଙ୍କ ସହାୟତା ଲୋଡିଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ

ମୋଦୀଙ୍କ ସହାୟତା ଲୋଡିଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫା। ୩ୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ମୁସ୍ତାଫା ଏକ ଚିଠି ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଗାଜା ବିବାଦର ତ୍ୱରିତ ସମାଧାନ ପାଇଁ ମଧ୍ୟ ସେ ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି। ମୁସ୍ତାଫା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ଯୁଦ୍ଧବିରତି ଆଣିବା ଲାଗି ଭାରତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମକୁ ସୁଗମ କରୁ। ବିଶ୍ୱସ୍ତରରେ ନେତୃତ୍ୱ ନେବାରେ ଭାରତର ଦକ୍ଷତା ରହିଛି। ଭାରତ ସର୍ବଦା ମାନବିକ ମୂଲ୍ୟବୋଧ, ଅଧିକାର ଏବଂ ଶାନ୍ତିକୁ ଗୁରୁତ୍ୱ ଦେଇଆସିଛି। ଗାଜାରେ ଯେଉଁଭଳି ଭାବେ ଗଣହତ୍ୟା ଜାରି ରହିଛି ତାହାର ଅନ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତ ଏହାର ସମସ୍ତ କୁଟନୈତିକ ମାଧ୍ୟମକୁ ବିନିଯୋଗ କରି ତୁରନ୍ତ ଯୁଦ୍ଧବିରତି ଆଣିବା ସହିତ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାବାସୀଙ୍କ ପାଇଁ ମାନବବାଦୀ ସହାୟତା ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ମୁସ୍ତାଫା ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking