40.1 C
Bhubaneswar
Sunday, June 16, 2024
Homeଓଡିଶାବିଜେପିରେ ମିଶିଲେ ଜିତୁ ମିତ୍ର

ବିଜେପିରେ ମିଶିଲେ ଜିତୁ ମିତ୍ର

ଭୁବନେଶ୍ୱର : ବିଜେଡିକୁ ଝଟକା ଖୋର୍ଦ୍ଧା ରାଜନୀତିରେ ରୋଚକ ଚିତ୍ର । ବିଜେପିରେ ସାମିଲ ହେଲେ ଖୋର୍ଦ୍ଧୀ ବିଧାୟକ ଜିତୁ ମିତ୍ର । ବିଜେପି ରାଲି ବେଳେ ମିଶିଗଲେ ବିଜେଡି ବିଧାୟକ ଜିତୁ ମିତ୍ର । ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଗୋଶାଳା ପଡିଆରୁ ବାହାରିଥିବା ରୋଡ୍ ସୋ’ରେ ସାମିଲ ହେଲେ । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ବେଳେ ମିଶିଲେ । ସୂଚନା ଅନୁଯାୟୀ, ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ଜିତି ନଥିଲେ। ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତି ବିଧାନସଭା ଯାଇଥିଲେ। ସେ ଦୁଇଥର ଖୋର୍ଦ୍ଧା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ। ଜିତୁ ମିତ୍ର ଖୋର୍ଦ୍ଧାରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ବିଜେଡି ପ୍ରାର୍ଥୀ କରିଥିଲେ। ଯେଉଁଥିପାଇଁ ଜିତୁ ମିଶ୍ର କ୍ଷୁବ୍ଧ ଥିଲେ। ଆଜି ସେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ୍‌ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking