33.3 C
Bhubaneswar
Friday, June 13, 2025
Homeଅପରାଧଯୁବତୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଲେ ଯୁବକ

ଯୁବତୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଲେ ଯୁବକ

ବିଷମକଟକ : ଯୁବତୀଙ୍କୁ ନିର୍ମମ ହତ୍ୟା। ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ, ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଘଟିଛି। ତେବେ ଗତକାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫୋନ୍ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟା କରି ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ। ତେବେ ମୃତ ଯୁବତୀ ଜଣଙ୍କ ବିଷମକଟକ ଥାନା ବ୍ଲକର ନିତୁ ନାଉରି ବୋଲି ଜଣାପଡିଛି। ଦିର୍ଘଦିନ ହେବ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରୁଥିବା ସହ ବାହାହେବାକୁ ପ୍ରତିଶୃତି ଦେଇ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲେ। ପରେ ଯୁବତୀଙ୍କ ପରିବାର ମନା କରିଦେବାରୁ ଗତକାଲି ଯୁବତୀଙ୍କୁ ଫୋନ୍ ମାଧ୍ୟମରେ ଡାକି ଏଭଳି ଘଟଣା ଘଟେଇଥିବା ପରିବାର ଲୋକେ କହିଛନ୍ତି। ଯୁବକ ଜଣକ ଗୁଣୁପୁର ମରାଠିଗୁଡାର ମାନୁଆଲ ଶବର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ପକ୍ରିୟାକୁ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଘଟଣା ସତ୍ୟାସତ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ତଦନ୍ତ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking