କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବାଲିପେଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇ ଜଣେ ୧୨ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପ୍ରବଳ ଗରମ ହେଉଥିବାରୁ ୪ ଜଣ ସାଙ୍ଗ ଗାଁ ପାଖରେ ଥିବା ଝଂଜାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଗାଧୋଉଥିବା ସମୟରେ ୪ଜଣ ସାଙ୍ଗ ବୁଡିଯାଇଥିଲେ । ଏନେଇ ଖବର ପାଇବା ପରେ ଗାଁ ଯୁବକମାନେ ଘଟଣାସ୍ଥଳରେ ପହଂଚି ୩ ଜଣଙ୍କୁ ଉଦ୍ଧାର କରିବା ସହିତ ବେଳେ ଜଣେ ୧୨ ବର୍ଷର ଶିଶୁ ଶଙ୍କରର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବଂ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚିଛନ୍ତି । ତେବେ ଶଙ୍କର ବାଲିପେଟା ଗାଁର ନିଜ ସମ୍ପର୍କୀୟ ମାମାଁଙ୍କ ଘରକୁ ଯାତ୍ରା ଦେଖିବାକୁ ଆସିଥିଲେ ।