40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ସଫା

ରାୟପୁର : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗୁରୁବାର ଛତିଶଗଡର ବିଜାପୁର ଜିଲା ନାରାୟଣପୁର ସୀମାରେ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଅଧିକ ମୃତାହତ ଆଶଙ୍କା କରାଯାଉଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରହିଛି । ଝାଡ଼ଖଣ୍ଡର ଖୁଣ୍ଟି-ଚାଇବାସା ସୀମାବର୍ତ୍ତୀ ଅଞ୍ଚଳ ହେଉଛି ନକ୍ସଲ ପ୍ରବଣ ଅଞ୍ଚଳ । ସେପଟେ ମେ ୨୫ ତାରିଖରେ ଝାଡ଼ଖଣ୍ଡର ୪ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଞ୍ଚି, ଧାନବାଦ, ଗିରିଡିହ ଓ ଜାମସେଦପୁର ଆସନ ଅନ୍ତର୍ଭୁକ୍ତ ।

ରାଞ୍ଚି ଲୋକସଭା ଆସନ ଖୁଣ୍ଟିର ସୀମାବର୍ତ୍ତୀ ଅଞ୍ଚଳ ସହିତ ଲାଗି ରହିଛି । ଏହି ଲୋକସଭା ଆସନରେ ସରାୟକେଲା ଜିଲ୍ଲାର ଇଚାଗଡ଼ ବିଧାନସଭା ଆସନ ମଧ୍ୟ ସାମିଲ । ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଲାଗି ନକ୍ସଲମାନେ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ଏହାକୁ ପଣ୍ଡ କରିଛି । ପ୍ରତି ନିର୍ବାଚନରେ ନକ୍ସଲମାନେ ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରନ୍ତି । ଏଥିଲାଗି ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଏହି ସମୟରେ ଖୁଣ୍ଟି ପୋଲିସ ଖୁଣ୍ଟି-ଚାଇବାସା ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ସହିତ ସାମ୍ନାସାମ୍ନି ହେବା ପରେ ଗୁଳି ବିନିୟମ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking