30.1 C
Bhubaneswar
Friday, April 26, 2024
Homeଅପରାଧପାର୍କିଂ ସ୍ଥାନରେ ବିବାଦ ନେଇ ଗାର୍ଡ କଲା ହତ୍ୟା

ପାର୍କିଂ ସ୍ଥାନରେ ବିବାଦ ନେଇ ଗାର୍ଡ କଲା ହତ୍ୟା

ନୂଆଦିଲ୍ଲୀ: ପାର୍କିଂସ୍ଥାନରେ ହୋଇଥିବା ବିବାଦରେ ସୁରକ୍ଷା ଗାର୍ଡ ଜଣେ ବ୍ୟକ୍ତିଙ୍କ ହତ୍ୟା କରିଛନ୍ତି । ଅଭିଯୁକ୍ତ ଶବକୁ ଠିକମାରେ ଲଗାଇବା ପୂର୍ବରୁ ପୋଲିସ ପହଂଚି ଏହାକୁ ଜବତ କରିଛି । ଅଭିଯୁକ୍ତର ନାମ ସୁରମେଶ, ଯିଏ ମାହିପାଲପୁରରେ ବାସ କରେ । ତେବେ ମୃତକ ଜଣକ କିଏ ଓ କେଉଁଠାର ତାହା ଜଣାପଡିନାହିଁ । ଏବେ ବି ଏହା ରହସ୍ୟ ଘେରରେ । ବସନ୍ତ କୃଂଜ ନର୍ଥ ଥାନା ପୁଲିସ ଶବ ଚିହ୍ନଟ ପାଇଁ ଲାଗିପଡିଛି ।
ପୋଲିସ କହିଛି ଯେ, ସୁରମେଶ ମହିପାଲପୁରରେ ଏକ ବେସମେଣ୍ଟ ପାର୍କିଂର ସୁରକ୍ଷା ଗାର୍ଡ ଥିଲା । ୨୨-୨୩ ଜୁଲାଇ ରାତିରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ବେସମେଣ୍ଟକୁ ଆସିଥିଲା । ପରେ ସେ ସୁରମେଶ ସହ ଝଗଡା କରିବାକୁ ଲାଗିଲା । ପରେ ଦୁହିଁଙ୍କ ଭିତରେ ଝଗଡା ଉଗ୍ର ରୂପ ନେଇଥିଲା । ବିରକ୍ତ ହୋଇ ସୁରମେଶ ତାକୁ ମାରଣାସ୍ତ୍ରରେ ଆକ୍ରମଣ କରି ତଳେ ପକାଇଦେଇଥିଲା ଓ ପୁଣି ଗଳା ଚିପି ହତ୍ୟା କରିଥିଲା ।
ପୋଲିସର କହିବା ମୁତାବକ, ସୁରମେଶ ଶବକୁ ବେସମେଣ୍ଟରେ ଥିବା ଏକ ରୁମରେ ରଖିଥିଲା । ଭୋର ପ୍ରାୟ ୪ଟା ସମୟରେ ଶବକୁ ଠିକଣା ସ୍ଥାନରେ ପହଂଚାଇବା ପାଇଁ ରିକ୍ସାରେ ନେଉଥିଲା । ହେଲେ ରାସ୍ତାରେ ପୋଲିସ ଏହାକୁ ଧରିଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking