31.1 C
Bhubaneswar
Tuesday, May 7, 2024
Homeଓଡିଶାବାଡ କ୍ଷେତ ଖାଉଛି: ଓକିଲ ପାର୍ଥସାରଥୀ ନାୟକ

ବାଡ କ୍ଷେତ ଖାଉଛି: ଓକିଲ ପାର୍ଥସାରଥୀ ନାୟକ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାକୁ ଆଜି ୧୨ ଦିନ ବିତିଗଲାଣି । ଡିଏଫଓଙ୍କୁ କ୍ଲିନ ଚିଟ୍ ନେଇ ବର୍ଷିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ । ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, କର୍ମଚାରୀଙ୍କୁ ପଚାରି, କଲ୍ ଯାଂଚ କରି ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଦେଲେ । ଡିଏଫଓ ସେଠି ଥିବା ଯାଏ କୌଣସି କର୍ମଚାରୀ ତାଙ୍କ ବିଷୟରେ କହିବେନି । ଡିଏଫଓ ବିଦ୍ୟାଭାରତୀ ଗୁପ୍ତ ନମ୍ବରରେ କଥା ହେଉଥିବେ, ଯାଂଚ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି । ବଡ ଅଧିକାରୀଙ୍କୁ ରକ୍ଷା ପାଇଁ ଯେତେ ସବୁ ପ୍ରମାଣ ଅଛି, ପୋଲିସ ନଷ୍ଟ କରୁଛି । ବାଡ କ୍ଷେତ ଖାଇଲେ ରାଜ୍ୟରୁ ସବୁ ଆଇନକାନୁନ ଶେଷ ହୋଇଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking