31.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଏଣିକି ଧ୍ୟାନଚାନ୍ଦ ଖେଳରତ୍ନ

ଏଣିକି ଧ୍ୟାନଚାନ୍ଦ ଖେଳରତ୍ନ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତନ କରିଛନ୍ତି । ସରକାର ଏହାକୁ ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କ ନାମରେ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଖେଳରତ୍ନ ପୁରସ୍କାର ନାମ ବଦଳିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଧ୍ୟାନଚାନ୍ଦଙ୍କ ନାଁ ରେ ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିବର୍ତ୍ତନ ବୋଲି ମୋଦି କହିଛନ୍ତି ।
ମୋଦି ଟ୍ୱିଟ କରି ଲେଖିଛନ୍ତି, ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କ ହକିରେ ଅବିଶ୍ୱସନୀୟ ଯୋଗଦାନ ରହିଛି । ସେ ନିଜର ଶେଷ ଅଲମ୍ପିକରେ ମୋଟ ୧୩ ଗୋଲ୍ ଦେଇଥିଲେ । ଏହିଭଳି ଏମ୍ସଷ୍ଟର୍ଡମ, ଲସ ଆଞ୍ଜଲସ ଓ ବର୍ଲିନ ଅଲମ୍ପିକକୁ ମିଶାଇ ଧ୍ୟାନଚାନ୍ଦ ମୋଟ ୩୯ ଗୋଲ କରିଥିଲେ, ଯାହା ତାଙ୍କ ବାଦାଶାହତ କୁ ଦର୍ଶାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking