29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟିକା ନେଉନଥିବା ଲୋକଙ୍କ ପାଇଁ ପାକିସ୍ତାନ ସରକାରଙ୍କର ଅଜବ ଦଣ୍ଡ ଘୋଷଣା

ଟିକା ନେଉନଥିବା ଲୋକଙ୍କ ପାଇଁ ପାକିସ୍ତାନ ସରକାରଙ୍କର ଅଜବ ଦଣ୍ଡ ଘୋଷଣା

ଇସଲାମାବାଦ: ଲୋକଙ୍କୁ ଟିକାର ଡୋଜ୍‌ ନେବାକୁ ବାଧ୍ୟ କରିବା ଆରମ୍ଭ କରିଛନ୍ତି ପାକିସ୍ତାନ ସରକାର । ଯେଉଁମାନେ ଟିକାର ଡୋଜ ନେଇ ନଥିବେ ସେମାନଙ୍କୁ ମୋବାଇଲ ସେବା ମିଳିବ ନାହିଁ । ସେହିପରି ଅଫିସରେ ମଧ୍ୟ ପ୍ରବେଶ ନିଷେଦ୍ଧ କରାଯିବ । ଏହାବାଦ୍‌ ଟିକା ନେଇ ନଥିବା ଲୋକଙ୍କୁ ରେଷ୍ଟୁରାଣ୍ଟ, ଶପିଂ ମଲ ଓ ପରବିହନ ସେବା ମଧ୍ୟ ମିଳିବ ନାହିଁ ।

ତେବେ ଟିକା ନେବାକୁ ଲୋକେ ଅବହେଳା କରୁଥିବା ଦେଖି ପାକିସ୍ତାନ ସରକାର ଏଭଳି ଘୋଷଣା କରିଛନ୍ତି । ପାକିସ୍ତାନ ସରକାରଙ୍କ ଏପରି ଘୋଷଣା ପରେ ପ୍ରତିଦିନ ଟିକାକରଣ କେନ୍ଦ୍ରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ଟିକାକରଣ କେନ୍ଦ୍ରଠାରୁ ୧ କିମି ଯାଏ ଲମ୍ବା ଧାଡ଼ି ଜମିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking