32.1 C
Bhubaneswar
Friday, April 26, 2024
Homeଓଡିଶାଛତୁଚାଷ କରିପାରିଛି ସ୍ୱାବଲମ୍ବି

ଛତୁଚାଷ କରିପାରିଛି ସ୍ୱାବଲମ୍ବି

ଢେଙ୍କାନାଳ : ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିଛି ଛତୁଚାଷ । ଗ୍ରାମର ପ୍ରତ୍ୟେକ ଲୋକ ଓ ପରିବାରରେ ରହିଛନ୍ତି ଛତୁଚାଷୀ । ନିଜ ବାଡି ବଗିଚାରେ ଛତୁଚାଷ କରି ବେଶ୍ ଦି ପଇସା ରୋଜାଗାର କରି ସ୍ୱାବଲମ୍ବି ହୋଇପାରିଛନ୍ତି । ଏହାକୁ ଦେଖି ଆଖ ପାଖ ଗାଁର ଲୋକ ଛତୁଚାଷ କରିବ ପାଇଁ ମନବଳାଉଛନ୍ତି । ଛତୁଚାଷ ପାଇଁ ସ୍ୱତନ୍ତ୍ର ନାଁ ପାଇଛି ପର୍ଜଙ୍ଗ ବ୍ଲକର ପଥରଖମ୍ବ ଗ୍ରାମ ।

ପର୍ଜଙ୍ଗ ବ୍ଲକର ପଥରଖମ୍ବ ଗ୍ରାମର ଅଧିକାଂଶ ଲୋକେ ଛତୁଚାଷ ଓ ମୁଲମଜୁରୀ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ । ବନ୍ୟଜନ୍ତୁ ମାନେ ଫସଲ ନଷ୍ଟ କରିଦେଉଥିବାରୁ ସେମାନେ ଆଉ ଆଗଭଳି ଚାଷ କରିବାକୁ ଚାହୁଁନାହାନ୍ତି । ସେଥପାଇଁ ସେମାନଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପଡୁଥିଲା । ପ୍ରଥମେ ପ୍ରଥମେ ପରୀକ୍ଷା ମୁଳକ ଭାବେ କିଛି ଯୁବକ ଛତୁଚାଷ ଆରମ୍ବ କରିଥିଲେ । ପରେ ପରେ ଗ୍ରାମ ୬୦ ପ୍ରତିଶତ ଲୋକ ଛତୁଚାଷ କରିବାକୁ ମନବଳାଇଥିଲେ । ସେମାନେ ଖରିଫ ରୁତୁରେ ଧାନ ଚାଷ ସହିତ ରବିରୁତୁରେ ଛତୁ ଚାଷ କରି ବେସ ଦି ପଇସା ରୋଜଗାର କରିପାରୁଛନ୍ତି । ଜିଲ୍ଲା ତଥା ରାଜ୍ୟ ବାହାରେ ରହି ରୋଜଗାର କରୁଥିବା ଯୁବକ ମାନେ ଲକ୍‌ଡାଉନ ସମୟରେ ଗ୍ରାମକୁ ଫେରି ଆସି ଏହି ଚାଷ କରି ବେଶ ରୋଜଗାର କରିପାରିଛନ୍ତି ।

ଗୋଟିଏ ଛତୁ ବେଡ ପିଛା ୭୦ ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ । ସେଥିରୁ ପ୍ରାୟ ୨ ରୁ ୩ କିଗ୍ରା ଛତୁ ଉତ୍ପାଦନ ହୋଇଥାଏ । ମାତ୍ର ବଜାରରେ ଛତୁର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଦୁରଦୁରାନ୍ତରୁ ବେପାରିମାନେ ଆସି ବାଡମୁଣ୍ଡରୁ ଛତୁ ନେଇଯାଉଥିବାରୁ ବିକ୍ରିବଟାର ଚିନ୍ତା ରହୁନାହିଁ । ସେମାନେ ବିନା ସରକାରୀ ସହାୟତାରେ ଏହି ଛତୁ ଚାଷ କରି ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking