29.1 C
Bhubaneswar
Tuesday, May 7, 2024
Homeଓଡିଶାଜନ୍ତୁ ମାଂସ ସମେତ ୪ ଶିକାରୀ ଗିରଫ

ଜନ୍ତୁ ମାଂସ ସମେତ ୪ ଶିକାରୀ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ବନାଚଂଳରେ ନିଆଁ ଲଗାଇବା ସହ ଜୀବଜନ୍ତୁ ଶିକାର ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଜଙ୍ଗଲରେ ଅଗ୍ନିକାଣ୍ଡ ହେବା ଓ ଅନ୍ୟପଟେ ଶିକାରୀ ମାନଙ୍କ ବନ୍ଧୁଙ୍କ ମୁନରେ ପ୍ରାଣ ହରାଉଥିବା ବନ୍ୟଜନ୍ତୁ ଏଣେ ତେଣେ ଦୌଡୁଛନ୍ତି । ମିଳିଥିବା ସୁଚନା ମୁତାବକ, କପିଳାସ ବନାଚଂଳରେ ଶିକାର କରୁଥିବା ବେଳେ ୪ ଜଣ ଶିକାରୀ ଗିରଫ କରିବା ସହିତ ଜନ୍ତୁ ମାଂସ ଜବତ କରିଛି । ଗିରଫ ରାଜକିଶୋର ବାଲମୁଚ (୨୮), ବସନ୍ତ ଦେହୁରୀ (୬୦), ବୁଦୁରାମ ହେମ୍ବ୍ରମ (୩୫) ଓ ଗଙ୍ଗା ତିୟା (୫୦)ଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ବଣିଆ ଗ୍ରାମର ବାସିନ୍ଦା ବୋଲି ଜଣାଯାଇଛି । ଉକ୍ତ ଶିକାରୀ ମାନେ ଜଙ୍ଗଲରେ ନିଆଁ ଲଗାଉଥିଲେ । ନିଆଁରୁ ବର୍ତିବାକୁ ଯାଇ ଶିକାରୀଙ୍କ କବଜାରେ ପଡୁଥିଲେ । ବନବିଭାଗ ତରଫରୁ ଖଂଜା ଯାଇଥିବା କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଥିଲା । ପରେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking