29.1 C
Bhubaneswar
Saturday, May 4, 2024
Homeଓଡିଶାଭାଲୁମୁଣ୍ଡାରେ ପାନୀୟ ଜଳ ସମସ୍ୟା

ଭାଲୁମୁଣ୍ଡାରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଦିନକୁ ଦିନ ପାନୀୟଜଳ ସମସ୍ୟା ବଢିବାରେ ଲାଗିଛି। ଏଭଳି ସମସ୍ୟା ବିଭିନ୍ନ ଖବରକାଗଜ ଗୁଡିକରେ କେନ୍ଦ୍ରବିନ୍ଧୁ ପାଲଟିଛି । ମାତ୍ର କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ଜଳକଷ୍ଟ ଦୁର କରିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଚଳନ କରିଛନ୍ତି । ସେଥିମଧ୍ୟରୁ ବସୁଧା ଯୋଜନା ଅନ୍ୟତମ ।
ମିଳିଥିବା ସୁଚନା ମୁତାବକ, ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମରୁତୁ ଆରମ୍ଭରୁ ପାନୀୟ ଜଳସମସ୍ୟା ବଢିବାରେ ଲାଗିଛି । ଉକ୍ତ ଗ୍ରାମର ଲୋକମାନେ ପ୍ରାୟ ୧.୫ କିଲୋମିଟର ଦୁର କାନପୁର ଗାଁ ନିକଟକୁ ପାଣି ଆଣିବାକୁ ସାଇକେଲ, କିଏ ମୁଣ୍ଡାଇକରି ଆଣିଥାନ୍ତି ।

କାମାକ୍ଷାନଗର ବ୍ଲକ ଠାରୁ ମାତ୍ର ୪ କିମି ଦୁରରେ ରହିଛି ଭାଲୁମୁଣ୍ଡା ଗ୍ରାମ । ସେହି ଗ୍ରାମରେ ୭୦ ରୁ ଅଧିକ ପରିବାର ବସବାସ କରିଥାନ୍ତି। ସେମାନଙ୍କର ପାନୀୟ ଜଳସମସ୍ୟା କୁ ନେଇ ସେହି ଗ୍ରାମରେ ୫ ଟି ନଳକୁପ ସ୍ଥାପନ କରାଯାଇଥିଲା । ସେଥି ମଧ୍ୟରୁ ୩ ଟି ନଳକୁପ ଅଚଳ ହେବା ସହିତ ଅନ୍ୟ ଦୁଇଟିରେ ଗୋଳିଆ ପାଣି ବାହାରୁଛି । ଯାହାକି ତାହା ବ୍ୟବହାର ଉପଯୋଗି ହୋଇନଥିବାରୁ ଏହି ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ପିଡିତ ହେଉଛନ୍ତି । ମାତ୍ର ଗ୍ରାମବାସୀ ମାନେ ଗ୍ରାମରେ ଥିବା ଦୁଇଟି ଖୋଲା କୁଅରୁ ପାଣି ଆଣି ଚଳିଥାନ୍ତି । ଗ୍ରୀଷ୍ମ ରୁତୁରେ ପାନୀୟ ଜଳ ସ୍ତର କମି ଯାଉଥିବାରୁ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ଗ୍ରାମବାସୀ ମାନଙ୍କ ତରଫରୁ ବହୁବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା କହିଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲା ପ୍ରଶାସନକୁ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking