31.1 C
Bhubaneswar
Tuesday, May 7, 2024
Homeଓଡିଶାଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ଖୋଲାଯାଉ

ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ଖୋଲାଯାଉ

ରାଉରକେଲା :  ୧୯୮୮ ମସିହାରୁ ରାଉରକେଲାରେ କାର୍ଯ୍ୟ କରି ଆସୁଥିବା ଓଡ଼ିଶାର ଏକ ମାତ୍ର ଜାତୀୟ ମ୍ୟାଲେରିଆ ଗଭେଷଣା କେନ୍ଦ୍ରକୁ ରାଂଚି ୟୁନିଟଙ୍କ ସହ ମିଶ୍ରଣ କରିବା ପାଇଁ ଆରସିଏମଆର ନେଇଥିବା ନିଷ୍ପତିକୁ ଜନ ଅଧିକାର ମଂଚ ପକ୍ଷରୁ ବିରୋଧ କରାଯାଇଛି । ରାଉରକେଲାର ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ଏହାକୁ ତ୍ରୀବ ବିରୋଧ କରି ଆସୁଛନ୍ତି । ଗବେଷଣା କେନ୍ଦ୍ର ମିଶ୍ରଣକୁ ବିରୋଧ କରି ଜନ ଅଧିକାର ମଂଚ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଜନ ଆନ୍ଦୋଳନ ସହ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଆରସିଏମଆର ନିର୍ଦ୍ଦେଶକ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ମାନଙ୍କୁ ଅବଗତ କରାଯାଇଛି । ଏହା ସହ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ରାଉରକେଲା ଓକିଲ ସଂଘ  ପୂର୍ବ ସମ୍ପାଦକ ତଥା ଜନ ଅଧିକାର ମଂଚର ଆବାହକ ସଦାନନ୍ଦ ସାହୁଙ୍କ ପକ୍ଷରୁ କେନ୍ଦ୍ର ସରକାର ଆଇସିଏମଆର, ଏନଆଇଏମଆରଙ୍କୁ ପକ୍ଷଭୁକ୍ତ କରାଯାଇ ପିଟିସନ ଦାଖଲ କରଯାଇଛି । ଏହି ଜନସ୍ୱାର୍ଥ ମାମଲାର ୩ଟି ପ୍ରାରମ୍ଭିକ ଶୁଣାଣି ସରି ଯାଇଛି ଏବଂ ପରବର୍ତୀ ଶୁଣାଣି ମୁଖ୍ୟ ବିଚାରପତିଙ୍କ ମୁଖ୍ୟ ବିଚାରପତିଙ୍କ କୋର୍ଟ ଆସନ୍ତା ୫ ତାରିଖରେ ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ଏହି ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ସ୍ଥାନାନ୍ତରିତ ନକରିବା ପାଇଁ  ଓଡ଼ିଶାର ରାଜ୍ୟ ସଭାରେ ମାନ୍ୟବର ସାଂସଦ ମମତା ମହାନ୍ତି ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ମ୍ୟାଲେରିଆ ଗବେଷଣା କେନ୍ଦ୍ରର ମିଶ୍ରଣକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ପୁନଃ ବିଚାର କରିବାକୁ ନିବେଦନ କରିଛନ୍ତି । ମ୍ୟାଲେରିଆର ସର୍ବାଧିକ ରୋଗୀ ମୃତ୍ୟୁ ମାମଲା ଓଡ଼ିଶାର ପ୍ରମୁଖ ଜିଲା ମାନଙ୍କ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୁରଭଂଜ ଆଦି ଜିଲା ଶୀର୍ଷ ସ୍ଥାନରେ ରହିଛି । ଅନ୍ୟ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତ ଏବଂ ମୃତ୍ୟୁ ତୁଳନାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହି ଗବେଷଣା କେନ୍ଦ୍ର ରହିବା ଆବଶ୍ୟକତା ରହିଛି । ଭାରତର ଅନ୍ୟାନ ରାଜ୍ୟ ଗୁଡ଼ିକରେ ଯେଉଁଠି ମ୍ୟାଲେରିଆ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଖୁବ କମ ଅବା ଆଦୌ ନାହିଁ, ସେହି ସ୍ଥାନରେ ଗବେଷଣା କେନ୍ଦ୍ର କରିବା ପାଇଁ ଆଇସିଏମଆର ପ୍ରାଧ୍ୟାନ ଦେଉଥିବା ବେଳେ ମ୍ୟାଲେରିଆ ପ୍ରବଣ ଅଂଚଳ ଓଡ଼ିଶାରେ ଥିବା ଏହି ଗବେଷଣା କେନ୍ଦ୍ର ରାଉରକେଲାରେ ବନ୍ଦ କରି, ଏହାକୁ ରାଂଚି କେନ୍ଦ୍ର ସହ ମିଶ୍ରଣ ନିଷ୍ପତି ଓଡ଼ିଶା ସ୍ୱାର୍ଥ ବିରୋଧି ବୋଲି କହିଛନ୍ତି ।

ସେହିପରି ବିଳମ୍ବ ହେଲେ ମଧ୍ୟ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପତ୍ର ଳେଖି ମ୍ୟାଲେରିଆ କେନ୍ଦ୍ରକୁ ରାଉରକେଲାରେ ପୂର୍ବପରି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟର ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଓ ମୃତ୍ୟୁହାର ବିଗତ ବର୍ଷ ମାନଙ୍କ ମଧ୍ୟରେ ଏହି ରାଜ୍ୟରେ ଥିବା ଏକ ମାତ୍ର କେନ୍ଦ୍ରକୁ ଆଇସିଏମଆର ରାଂଚି ମିଶ୍ରଣ ହେବା ଫଳରେ ଓଡ଼ିଶାର ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି  ଏପ୍ରିଲ ୫ରେ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଉକ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି ହେବାକୁ ଥିବାରୁ ରାଜ୍ୟ ସରକାର ଏଥିରେ ପକ୍ଷଭୁକ୍ତ ହୋଇ ମାମଲାରେ ସହଯୋଗ କରିବାକୁ କେନ୍ଦ୍ର ସରକାର ତାଙ୍କ ନିଷ୍ପତିକୁ ପୁନଃ ବିଚାର କରିବାକୁ ଜନ ଅଧିକାର ମଂଚ ପକ୍ଷରୁ ନିବେଦନ କରାଯାଇଛି । ଆଜି ବାସନ୍ତୀକଲୋନୀ ସ୍ଥିତ ଚେତନା ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।  ଏହି ସାମ୍ବାଦିକ ସମ୍ମିଳନୀରେ ମଂଚର ଆବାହକ ସଦାନନ୍ଦ ସାହୁ, ରାଉରକେଲା ସକିଲ ସଂଘର ସଭାପତି ରମେଶ ବଳ, ଯୁଗ୍ମ ଆବାହକ ଦିଗମ୍ବର ମହାନ୍ତି, ଗୌତମ ବାଡ଼ା, ଦିନବନ୍ଧୁ ଭୋଳ, ଅଜିତ ନାୟକ, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ନୁଆ ବସଷ୍ଟାଣ୍ଡ ନିକଟରୁ ଯୁବକର ଶବ ଉଦ୍ଧାର

ରାଉରକେଲା: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟ ପୁରୁଣା ଶୌଚାଳୟ ପାଖରେ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ରକ୍ତରଂଜିତ ଅବସ୍ଥାରେ ଥିବା ଶବକୁ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଏହାର ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ଆରଜିଏଚ ମର୍ଗ ହାଉସକୁ ପଠାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ବୀରମିତ୍ରପୁରରେ ବାସ କରୁଥିବା ହବିଦ ଅନସାରୀଙ୍କ ପୁତ୍ର ଅନିସ ଅନସାରୀ ଗତ ୫ ଦିନ ହେଲା ନିଖୋଜ ଥିଲା । ଅନିସ କୌଣସି ଏକ ବସରେ ରାଉରକେଲା ଆସିଥିଲା । ଗତ ଶୁକ୍ରବାର ରାତିରେ ବସଷ୍ଟାଣ୍ଡରେ କିଛି ଲୋକ ତାଙ୍କୁ ଦେଖିଥିଲେ । ଆଜି ସକାଳେ ଅନିସର ଶବ ପୁରୁଣା ଶୌଚାଳୟ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସନ୍ଦେହ କରାଯାଉଛି ଯେ, ଯୁବକଙ୍କ ସହିତ କାହାର ମାଡ଼ପିଟ ଅବା କୌଣସି କାରଣବଶତଃ ସେ ମୃତ୍ୟୁବରଣ କରି ଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି । ପୁଲିସ ଘଟଣାର ତଦନ୍ତକରିବା ସଙ୍ଗେ ଏହାର ସୂଚନା ପରିବାରବର୍ଗକୁ ଦେଇଛି ।

ଇସ୍ପାତ ସହରରେ ଡବଲ ହେଲମେଟ୍ ଓ ମାସ୍କ ଯାଂଚ

ରାଉରକେଲା : ସଂପୂର୍ଣ ଓଡ଼ିଶାରେ ୧ ଏପ୍ରିଲରୁ ବାଇକ ଚାଳକ ଡବଲ ହେଲମେଟ ପିନ୍ଧିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଯାହାକୁ ନେଇ ଆଜି ରାଉରକେଲା ପରିବହନ ବିଭାଗ ଓ ଟ୍ରାଫିକ ପୁଲିସ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ଛକ ଓ ରାସ୍ତାରେ ଯାତ୍ରୀଙ୍କ ଡବଲ ହେଲମେଟ ଓ ମାସ୍କ ଯାଂଚ କରାଯାଇଥିଲା । ବିଶେଷକରି ଏହି ଯାଂଚ ବେଳେ, ଯେଉଁ ବାଇକ ଚାଳକ ମାନେ ଡବଲ ହେଲମେଟ ବ୍ୟବହାର କରୁନଥିଲେ, ସୋମନଙ୍କୁ ଧରି ଜରିମାନା ଆଦାୟ କରାଯାଇଥିଲା, ଏହାସହ ମାସ୍କ ବ୍ୟବହାର କରୁ ନଥିବା ବାଇକ ଚାଳକ ମାନଙ୍କୁ ମଧ୍ୟ ଧରାଯାଇଥିଲା । ଆଜି ମାଲଗୋଦାମ ଛକ, ଛେଣ୍ଡ ଛକ ସମେତ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ ପୁଲିସ ଓ ପରିବହନ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା କଡ଼ାକଡ଼ି ଭାବେ ଯାଂଚ କରାଯାଇଥିଲା । ଅନେକ ବାଇକ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଅନ୍ୟପକ୍ଷେ କିଛି ବାଇକ ଚାଳକ ଚେଂକିକୁ ଦେଇ ଗଳାବାଟ ଦେଇ ଖସି ପଳାଇ ଯାଇଥିଲେ । ଟ୍ରାଫିକ ପୁଲିସ ଅଧିକାରୀ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଥିଲାଯେ, ଆଗାମୀ ଦିନରେ ଚେକିଂ ଆହୁରି ଜୋରଦାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking