31.1 C
Bhubaneswar
Sunday, May 19, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ମୃତ, ହେଲପର ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ମୃତ, ହେଲପର ଗୁରୁତର

ମୟୂରଭଞ୍ଜ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତା ଅନ୍ତର୍ଗତ ଚାଇଁବାଇସି ଗାଁ ପେଟ୍ରୋଲ ପମ୍ପ ନିକଟରୁ । ଆଜି ଭୋର ସମୟରେ ଏକ କୁକୁଡ଼ା ବୋଝେଇ ପିକଅଫ କରଞ୍ଜିଆ ପଟୁ ଠାକୁରମୁଣ୍ଡାକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଶାଳଗଛରେ ଧକ୍କା ହୋଇଥିଲା ପିକଅଫ ଭ୍ୟାନଟି ।

ଦୁର୍ଘଟଣା ଏତେ ଜୋର ଥିଲା ଯେ ଗାଡି ଇଞ୍ଜିନଟି ଗଛରେ ପିଟିହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି। ତେବେ ଘଟଣାସ୍ଥଳରେ ପିକଅପ ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହଇଥିବା ବେଳେ ବର୍ତ୍ତମାନ ବି ଗାଡିରେ ଚାପିହୋଇ ରହିଛି ମୃତ୍ୟୁଦେହ । ଅନ୍ୟପଟେ ଖବରପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି । ସେହିପରି ଗୁରୁତର ଆହତ ପାଣୁଙ୍କୁ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାତରଣ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking