29.1 C
Bhubaneswar
Sunday, April 28, 2024
Homeଓଡିଶାଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ମୁକ୍ତାପଶି ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ଜୟପୁରାକାଟେଣୀ ପଚାଂୟତ । ଉକ୍ତ ପଚାଂୟତର ଆଦାବାସୀ ଅଧ୍ୟୁଷିତ କାଦବସନ୍ତ ଗ୍ରାମରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଆଦିବାସୀ ଲୋକଙ୍କ ମ୍ୟାଲେରିଆ ପରୀକ୍ଷା କରାଯିବା ସହିତ ଗର୍ଭବତୀ ଓ ପ୍ରସୁତି ରକ୍ତହିନତା, ରକ୍ତଚାପ, ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ପିଲା ମାନଙ୍କର ଉଚ୍ଚତା, ଓଜନ, ରକ୍ତହିନତା ତଥା ବିଭିନ୍ନ ଚିକିତ୍ସା କରାଯିବା ସହିତ ଓ÷ାଷଧ ବଂଟନ କରାଯାଇଛି । ଏହା ସହିତ ବୟସ୍କ ଲୋକଙ୍କ ରକ୍ତଚାପ ଓ କିଶୋରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଅନୁଯାୟୀ ଚିକିତ୍ସା ତଥା ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଡଃ. ଅଶୋକ କୁମାର ନାଥ, ଗ୍ରାମର ଆଶକର୍ମୀଙ୍କ ସମେତ ଅଙ୍ଗନୱାଡି କର୍ମି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking