31.1 C
Bhubaneswar
Friday, March 29, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ଖଇରାସାହି ବାସୀ

ମୌଳିକ ସୁବିଧାରୁ ବଞ୍ଚିତ ଖଇରାସାହି ବାସୀ

ଢେଙ୍କାନାଳ : ସ୍ୱାଧିନତାର ୭୪ ବର୍ଷ ବିତିଗଲା ପରେ ବି ବିଭିନ୍ନ ସରକାରୀ ସୁବିଧାରୁ ବଚିଂତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅଧିନରେ ଥିବା କୋତମ ପଂଚାୟତର ଖଇରାସାହିବାସୀ । ଉକ୍ତ ଗ୍ରାମକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପକ୍କା ରାସ୍ତାଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟାର ସମାଧାନ ତ ଦୁରର କଥା । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌ର ଖଇରାସାହି ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । କୈାଣସି ପ୍ରକାର ଜରୁରୀ ପରିସ୍ଥିତିରେ ମେଡିକାଲ ଯିବା ପାଇଁ ରୋଗୀଙ୍କ ଖଟିଆରେ ବୋହି ଆଣିବାକୁ ପଡୁଛି । ଗ୍ରାମାଚଂଳରେ ବିକାଶର ବାର୍ତା ବାଂଟୁଥିବା ରାଜ୍ୟ ସରକାର ବିଭିନ୍ନ ସରକାରୀ ବ୍ୟବସ୍ଥାର ଦୃଷ୍ଟି ଆଢୁଆଳରେ ରହି ସତେ ଯେପରି ଛଟପଟ ହୋଇ ଜୀବନ ବିତାଉଛନ୍ତି ବସ୍ଥି ବାସିନ୍ଦା । କେବଳ ସେତି ନୁହେଁ ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ଲୋକଙ୍କୁ ପ୍ରାପ୍ୟ ନମିଳିବା, ଯୋଗ୍ୟ ହିତାଧିାକରୀ ମାନଙ୍କୁ ଭତା, ରାସନ କାର୍ଡ, ଆବାସ ଯୋଜନାରେ ଖଣ୍ଡେ ପକ୍କା ଘର ନମିଳିବା ଆଦି ବିଭିନ୍ନ ସମସ୍ୟା ରହିଛି । ଉକ୍ତ ଅଚଂଳରେ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆବାହକ ରମେଶ ଚନ୍ଦ୍ର ପଣ୍ଡା, ହେମନ୍ତ ଧଳ, ସନାତନ ନାୟକ, ଗୋବିନ୍ଦ ନାଏକ, ପ୍ରଭାତ ମହାପାତ୍ର, ଜୟନ୍ତ ଧଳ ପ୍ରମୁଖ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଖବ୍ ଶିଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking