32.1 C
Bhubaneswar
Friday, April 26, 2024
Homeଓଡିଶାଆବାସ ଯୋଜନାରେ ଦୁର୍ନିତୀକୁ ନେଇ ବ୍ଲକ୍ ଅଫିସ୍ ଘେରାଉ

ଆବାସ ଯୋଜନାରେ ଦୁର୍ନିତୀକୁ ନେଇ ବ୍ଲକ୍ ଅଫିସ୍ ଘେରାଉ

ଢେଙ୍କାନାଳ : ଗ୍ରାମାଚଂଳ ତଥା ସହରାଚଂଳରେ ବସବାସ କରୁଥିବା ଗରିବ ଅସହାୟ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଆବାସ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ସଠିକ୍ ଲୋକ ଚୟନରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ମିଳିଥିବା ସଚନା ମୁତାବକ, ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ସରକାରୀ କାର୍ଯ୍ୟାଳୟରେ ଦୁର୍ନିତୀ ବଢିବାରେ ଲାଗିଛି । ଯାହା ଫଳରେ କି ଜିଲ୍ଲାରେ ବସବାସ କରୁଥିବା ଗରିବ ଖଟିଖିଆ ଲୋକମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି ।

ଏହି ଯୋଜନାରେ ସଠିକ ହିତାଧିକାରୀ ଚୟନ କରାନଯାଇ ପ୍ରୀୟାପ୍ରୀତିରେ ଚିହ୍ନଟ କରାଇ ସଂପୃକ୍ତ ଅଧିକାରୀ ନିଜ ପକେଟ୍‌ରେ କିଛି ମୁନାଫା ରଖିଥାଏ । ଏହାର ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ୍ କାର୍ଯ୍ୟାଳୟ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସାଙ୍ଗକୁ ପ୍ରତିବାଦ କରାଯାଇଥିଲା । ଏ ସଂପର୍କରେ ଏକ ସ୍ମାରକପତ୍ର ମାନ୍ୟବର ରାଜ୍ୟାପାଳଙ୍କ ଉଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଯୋଜନାରେ ଅନିୟମିତତା ଯୋଗୁଁ ସଠିକ ହିତାଧିକାରୀ ପାଇପାରୁନଥିବା ବିଜେପି ନେତା ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking