27.1 C
Bhubaneswar
Tuesday, May 7, 2024
Homeଓଡିଶାନାବାଳିକାକୁ ଦୁଷ୍କର୍ମ କରି ଜଙ୍ଗଲରେ ଫିଙ୍ଗିଦେଲେ ଅଭିଯୁକ୍ତ

ନାବାଳିକାକୁ ଦୁଷ୍କର୍ମ କରି ଜଙ୍ଗଲରେ ଫିଙ୍ଗିଦେଲେ ଅଭିଯୁକ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଚଂଳରେ ଜଣେ ୧୫ ବର୍ଷର ଦଳିତ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ ହୋଇଥିବା ଲଜ୍ଝାଜନକ ଘଟଣା ଦେଖିବାକୁ ମିଳିଛି । ମାତ୍ର ସଦର ଥାନା ପୋଲିସ ପିଡିତାଙ୍କ ଅଭିଯୋଗକୁ ଗ୍ରହଣ ନକରି ପାଲଟା ଜୁଲମ କରିଥିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇବା ଆସାରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସଦରଥାନା ପୋଲିସର ଅସଲ ଚେହେରା ପଦାକୁ ଆସିଥିଲା । ତେବେ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରିଥିବା ଜଣାପଡିଛି ।

ମିଳିଥିବା ସୁଚନା ମୁତାବକ, ଜିଲ୍ଲାରେ ଜଣେ ୧୫ ବର୍ଷର ଦଳିତ ନାବାଳିକାକୁ ଟେକି ନେଇ ଗ୍ରାମ ନିକଟରେ ଥିବା ଏକ ନିଛାଟିଆ କାଜୁ ଜଙ୍ଗଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଗୁରୁତର ଅବସ୍ଥାରେ ପିଡିତା ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି । ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ ଅଚଂଳର ଏକ ଲଜ୍ୟାଜନକ ଘଟଣା । ବୁଧବାର ଅପରାହ୍ନରେ ଏହି ନାବାଳିକା ଜଣଙ୍କ ଘରପାଖକୁ ସୈାଚ ପାଇଁ ଯାଇଥିଲେ ।

ଏହାର ସୁଯୋଗରେ ତାଳବରକୋଟ ଗ୍ରାମର ବିଜୁ ବେହେରା ନାମକ ଯୁବକ ତାଙ୍କୁ ଯୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଜଣାପଡିଛି । ମାତ୍ର ଅଭିଯୁକ୍ତଠାରୁ ଖବର ପାଇ ପରିବାର ଲୋକେ ଝିଅକୁ ଗୁରୁତର ଅବସ୍ଥାରେ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଗତ କାଲି ପିଡିତାଙ୍କ ପରିବାର ପକ୍ଷରୁ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ମାତ୍ର ଫାଣ୍ଡି ଅଧିକାରୀ ଅଭିଯୋଗ ଶୁଣିବାତ ଦୁରର କଥା ବରଂ ପାଲଟା ଜୁଲମ କରିବା ସହ ଧମକ ଚମକ ଦେଇ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି । ପୋଲିସ ପ୍ରଶାସନର ଏପରି ବ୍ୟବହାରରେ ପିଡିତାଙ୍କ ପରିବାର ନିରାଶ ହୋଇଥିଲେ ।

ଫଳରେ ପୋଲିସ ଅଧିକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ସଲାସୁତରା ଥିବା ଅନୁମାନ କରାଯଉଛି । ଫଳରେ ଭିନ୍ନକ୍ଷମ ବାପା ମା ନ୍ୟାୟ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପିଡିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ କରିଥିବା ଡିଏସପି ଦେବଦତ କର ସୁଚନା ଦେଇଛନ୍ତି । ଜଣେ ଦଳିତ ଭିନ୍ନକ୍ଷମ ପରିବାର ପ୍ରତି ହୋଇଥିବା ଘଟଣାରେ ଢେଙ୍କାନାଳ ସଦର ଥାନା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ତେବେ ସଦର ପୋଲିସର ଏପରି କାର୍ଯ୍ୟ କରିଥିବା ଅଧିକାରୀ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଉଠୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking