29.1 C
Bhubaneswar
Tuesday, May 7, 2024
Homeଓଡିଶାଆପାର୍ଟମେଣ୍ଟ୍ ସଂଶୋଧିତ ରୁଲ୍‌କୁ ବିରୋଧ : ହାଇକୋର୍ଟଙ୍କ ନୋଟିସ୍‌

ଆପାର୍ଟମେଣ୍ଟ୍ ସଂଶୋଧିତ ରୁଲ୍‌କୁ ବିରୋଧ : ହାଇକୋର୍ଟଙ୍କ ନୋଟିସ୍‌

କଟକ: ଓଡ଼ିଶା ଆପାର୍ଟମେଣ୍ଟ୍ ଓନର୍‌ସିପ୍ (ସଂଶୋଧିତ) ରୁଲ୍‌ସ-୨୦୨୧କୁ ବିରୋଧ କରି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟିକୁ ନୋଟିସ୍ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ  ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ଆଇନ ବିଭାଗ ସଚିବ, ଇନ୍‌ସ୍ପେକ୍ଟର୍ ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ୍ ପ୍ରମୁଖଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାରେ ଆବେଦନରେ କୁହାଯାଇଛି ଯେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ୍ ଓନର୍‌ସିପ୍ ଆଇନ-୧୯୮୨ ପ୍ରଣୟନ କରିଥିଲେ । ଫ୍ଲ।।ଟ୍ ପରିଚାଳନା, ଫ୍ଲ୍ଲାଟ୍‌ରେ ସର୍ବନିମ୍ନ ସୁବିଧା, ମେଣ୍ଟେନାନ୍ସ ଆଦି ଏହାର ଉଦ୍ଦେଶ୍ୟ ଥିଲା ।

ତେବେ ଫ୍ଲାଟ୍ କ୍ରୟ କରିଥିବା ହିତାଧିକାରୀ ଅଭିଯୋଗ କରିଥିଲେ ଯେ ଫ୍ଲାଟ୍ ମାଲିକମାନେ ଆବଶ୍ୟକ ମରାମତି କାର୍ଯ୍ୟ କରୁନାହାନ୍ତି । ପରେ ଏହାକୁ ୨୦୨୧ରେ ସଂଶୋଧନ କରାଯାଇଥିଲା । ତେବେ ଏହି ସଂଶୋଧିତ ରୁଲ୍ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏହାକୁ ଖାରଜ କରିବାକୁ ଆବେଦନ କରାଯାଇଛି । ଏନେଇ ଆବେଦନକାରୀ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏଥିରେ ଆବେଦନକାରୀ ନିଉ ଓଡ଼ିଶା ଆପାର୍ଟମେଣ୍ଟ୍ ଓନର୍‌ସିପ୍ ଆକ୍ଟ୍ ସଂଶୋଧନ କରିବାକୁ ଆବେଦନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ମୋହିତ୍ ଅଗ୍ରୱାଲ୍ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking