31.1 C
Bhubaneswar
Sunday, May 19, 2024
Homeଓଡିଶାମୋବାଇଲ୍ ଟାୱାର୍ ବସାଇବା ନାଁରେ ୩୯ ଲକ୍ଷ ଠକେଇ ଘଟଣାର ପର୍ଦ୍ଦାଫାସ୍ : ତଥ୍ୟ ଉଗାଳିଲେ...

ମୋବାଇଲ୍ ଟାୱାର୍ ବସାଇବା ନାଁରେ ୩୯ ଲକ୍ଷ ଠକେଇ ଘଟଣାର ପର୍ଦ୍ଦାଫାସ୍ : ତଥ୍ୟ ଉଗାଳିଲେ ଗିରଫ ୨ ସାଇବର୍ ଠକ

କଟକ: ମୋବାଇଲ୍ ଟାୱାର୍ ବସାଇବା ନାଁରେ ବିପୁଳ ଲାଭଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଦୁଇଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗୁରୁବାର କମିଶନରେଟ୍ ପୁଲିସ୍ ରିମାଣ୍ଡରେ ଆଣି ତଥ୍ୟ ଉଗାଳିଛି । ଏହି ଘଟଣାରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା, ଦାମୀ ଫର୍ଚୁନର୍ ଗାଡ଼ି, ୩ ମୋବାଇଲ ଫୋନ୍‌, ୪ ସିମ୍‌, ୨ ଲାପଟପ୍‌, ୫ ଏଟିଏମ୍ କାର୍ଡ, ୭ ଚେକ୍ ବହି ଓ୧୫ଟି ପାସ୍‌ବୁକ୍ ଜବତ କରିଥିବା ନେଇ ଗୁରୁବାର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜୁନ୍ ୪ ତାରିଖରେ କଟକ ନଜରପୁରର ଦିଲୀପ କୁମାର ସାହୁ ଅଭିଯୋଗ କରିଥିଲେ ଯେ ମୋବାଇଲ୍ ଟ୍ୱାୱାର୍ ବସାଇବାକୁ ଜଣେ ବ୍ୟକ୍ତି ନିଜକୁ ଏକ ଟେଲିକମ୍ କମ୍ପାନୀର ନୋଡାଲ୍ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କୁ ଗତ ୨୦୧୯ ଡିସେମ୍ବର ୧୨ରେ ଫୋନ୍‌କଲ୍ କରିଥିଲେ । ତାଙ୍କ ଜମିରେ ଟାୱାର୍ ବସାଇଲେ ୨୦ବର୍ଷ ପାଇଁ ୨୦ଲକ୍ଷ ଟଙ୍କା ସିକ୍ୟୁରିଟି ବାବାଦ ଅର୍ଥ ଦିଆଯିବା ସହିତ ପ୍ରତି ମାସରେ ୨୦ ହଜାର ଭଡ଼ା ଏବଂ ପରିବାରର ଜଣଙ୍କୁ ମାସିକ ୧୫ ହଜାର ଟଙ୍କା ଦରମାରେ ଚାକିରି ଦିଆଯିବ ବୋଲି କହିଥିଲା । ଏଥିରେ ଦିଲୀପ ଭଳିଯାଇ ଠକ କଥାରେ ତାଙ୍କୁ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ପଠାଇଥିଲେ । ପରେ ଏହି ସାଇବର ଠକ ଗୋଷ୍ଠୀ ଦିଲ୍ଲୀପଙ୍କଠାରୁ ୨୫ଟି ନକଲି ଆକାଉଣ୍ଟ ମାଧ୍ୟମରେ ପ୍ରୋସେସିଂ ଫି, ପଞ୍ଜିକରଣ ଫି, ଇନ୍‌କମ୍ ଟାକ୍ସ, ଜିଏସ୍‌ଟି ଆଦି ବିଭିନ୍ନ ପ୍ରକାର ବାବଦକୁ ୩୯ ଲକ୍ଷ ୧ ହଜାର ୮୭୦ଟଙ୍କା ଠକି ନେଇଥିଲେ । ଠକମାନେ  ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲେ ।

ପରେ ଏହା ଉପରେ ଦିଲୀପଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଠକାମୀରେ ପଡି଼ଛନ୍ତି ଜାଣିବା ପରେ ସେ କଟକ ଡିସିପି କାର୍ଯ୍ୟାଳୟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏନେଇ ଜଗତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ପାଇଁ ଡିସିପି ପ୍ରତୀକ ସିଂ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଏହି ଟିମ୍‌ରେ ସାଇବର ଥାନା ଅଧିକାରୀ ରେଣୁବାଳା ତ୍ରିପାଠୀ, ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, କ୍ୟାଣ୍ଟନ୍‌ମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ପିଟି ଗଣେଷ ପ୍ରମୁଖ ରହିଥିଲେ ।  ଏସିପି ଅଜୟ କୁମାର ଦାସ, ସ୍ପେସାଲ ସ୍କାଡ୍ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି ଠକେଇ ଘଟଣାର ତନଘନା ଆରମ୍ଭ ହୋଇଥିଲା । ପରେ ଟିମ୍ କୋଲକାତାରେ ପହଞ୍ôଚ ଉଭୟ ଅଭିଯୁକ୍ତଙ୍କୁ ଗତ ଜୁନ୍ ୨୬ରେ କାବୁ କରି ୨୭ରେ କଟକ ଅଣାଯାଇ ଜେରା କରାଯାଇଥିଲା ।

ସମ୍ପ୍ରତି ଏହି ୨ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ରିମାଣ୍ଡରେ ଆଣି ସେମାନଙ୍କଠାରୁ ବିଭିନ୍ନ ତଥ୍ୟ ହାସଲ କରିଛି । ନକଲି ଟେଲିକମ୍ କମ୍ପାନୀର ୮ଟି କାର୍ଯ୍ୟାଳୟକୁ ସିଲ୍ କରାଯିବା ସହ ଫାଇନାନ୍ସ କମ୍ପାନୀରେ ଥିବା ସୁନା ଅଳଙ୍କାର, ୨୫. ୭ଲକ୍ଷ ଟଙ୍କା ଜବତ ହୋଇଛି । ଜବତ ଟଙ୍କା କେତେଜଣ ପୀଡ଼ିତଙ୍କୁ ଫେରସ୍ତ କରାଯାଇଥିବା ଜଣାପଡ଼ିଛି । ଏହି ନକଲି ଟେଲିକମ୍ କମ୍ପାନୀର କୋଲକାତାରେ ୮ଟି କାର୍ଯ୍ୟାଳୟ ରହିଥିବାବେଳେ ୨୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେମାନେ ସାରାଦେଶରେ ମୋବାଇଲ୍ ଟାୱାର୍ ବସାଇବାକୁ ଅଭିଜ୍ଞ ଶିକ୍ଷିତ ଠକଙ୍କ ଜରିଆରେ ନିରୀହ ଲୋକଙ୍କୁ ଫସାଉଥିଲେ ।

ଏହି ଠକେଇର ମାଷ୍ଟର୍‌ମାଇଣ୍ଡ ବିହାରର ଅଭୟ ତିୱାରୀକୁ ପୂର୍ବରୁ ବିଧାନଗରର ସାଇବର ଅପରାଧ ଥାନା ପୁଲିସ ଗିରଫ କରିଛି । ସେ ଏବେ ଦମଦମ ଜେଲରେ ରହିଛି ।  ବର୍ତ୍ତମାନ ଗିରଫ ହୋଇଥିôବା ୨ ଅଭିଯୁକ୍ତ ହେଉଛନ୍ତି ଅଭୟଙ୍କ ସମ୍ପର୍କୀୟ ଏବଂ କମ୍ପାନୀର ଘନିଷ୍ଠ ସହଯୋଗୀ । ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ତଥା ଅଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking